Site icon Odisha.com

ସଦାନନ୍ଦ ଅଗ୍ରୱାଲଙ୍କୁ ତିରୁପତିରେ ଡକ୍ଟରେଟ ସମ୍ମାନ

ତିରୁପତି, ଏପ୍ରିଲ ୧୦ (ଓଡିଶା ଡଟ କମ) ତିରୁପତି ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠ ୨୧ ଏପ୍ରିଲରେ ଅନୁଷ୍ଠିତ ହେବାକୁ ଯାଉଥିବା ନିଜର ୧୮ ତମ ସମାବର୍ତ୍ତନ ଉତ୍ସବରେ ଓଡିଶାର ବିଶିଷ୍ଟ ଐତିହାସିକ ତଥା ଜଣାଶୁଣା ମହିମା ଗବେଷକ ସଦାନନ୍ଦ ଅଗ୍ରୱାଲଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନିତ କରିବା ସ୍ଥିର କରିଛନ୍ତି ।

ସୁବର୍ଣପୁର ଜିଲ୍ଲାର ମେଣ୍ଢା ନିବାସୀ ଶ୍ରୀ ଅଗ୍ରୱାଲଙ୍କୁ ସଂସ୍କୃତ, ସାହିତ୍ୟ, ପାରମ୍ପରିକ ଶାସ୍ତ୍ର ବିଦ୍ୟା ଓ ଭାରତୀୟ ପରମ୍ପରା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ବିଦ୍ୟାପୀଠର କୁଳାଧିପତି ଜାନକୀ ବଲ୍ଲଭ ପଟନାୟକ ଏହି ସମ୍ମାନ ପାଇଁ ମନୋନୀତ କରିଥିବା ସମ୍ପୃକ୍ତ ଅନୁଷ୍ଠାନର ରେଜିଷ୍ଟର ପ୍ରଫେସର ସି ଉମାଶଙ୍କର ସୂଚନା ଦେଇଛନ୍ତି ।

ଓଡିଶା ଡଟ କମ

Exit mobile version