Site icon Odisha.com

ବ୍ୟବସାୟୀ ମହାସଂଘ ଧର୍ମଘଟ ପ୍ରତ୍ୟାହୃତ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୧୩ (ଓଡିଶା ଡଟ କମ) ଡାଲି ଓ ଗହମ ଜାତୀୟ ପଦାର୍ଥ ଉପରୁ ଭାଟ୍‍ ପ୍ରତ୍ୟାହାର ଦାବି କରି ଗତ କିଛି ଦିନ ଧରି ଧର୍ମଘଟ ଚଳାଇଥିବା ଓଡିଶା ବ୍ୟବସାୟୀ ମହାସଂଘ ସୋମବାର ଏହାକୁ ପ୍ରତ୍ୟାହାର କରିଛି ।

ସଂଘ ଓ ସରକାରଙ୍କ ପ୍ରତିନିଧି ମାନଙ୍କ ମଧ୍ୟରେ ଆଲୋଚନାପରେ ସଂଘ ଏହି ଘୋଷଣା କରିଛି । ଉଭୟ ପକ୍ଷକୁ ନେଇ ଏକ ସାତ ଜଣିଆ କମିଟି ଗଠନ ହେବ ଓ ଏହି କମିଟି ବ୍ୟବସାୟୀ ସଂଘ କରୁଥିବା ଦାବି ଉପରେ ଅନୁଧ୍ୟାନ କରି ସରକାରଙ୍କୁ ଆଗାମୀ ତିନି ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ ।

ଏହି ରିପୋର୍ଟ ଆଧାରରେ ସରକାର ତାଙ୍କ ନିଷ୍ପତ୍ତି ନେବେ । ଉଭୟ ପକ୍ଷ ଏହା ଉପରେ ସମ୍ମତି ଦେବ ପରେ ସଂଘ ତାର ଧର୍ମଘଟ ପ୍ରତ୍ୟାହାର କରିଥିବା ସଂଘ ର ଜଣେ କର୍ମକର୍ତା କହିଛନ୍ତି।

ଦେଶର ୨୪ଟି ରାଜ୍ୟରେ ଡାଲି ଓ ଗହମ ଜାତୀୟ ସାମଗ୍ରୀ ଉପରେ ଭାଟ୍‍(ମୂଲ୍ୟ ଭିତ୍ତିକ ଟିକସ) ବ୍ୟବସ୍ଥା ନ ଥିବାବେଳେ ଓଡିଶାରେ ଏହା ଲାଗୁ କରାଯାଇଥିବାରୁ ବ୍ୟବସାୟୀ ସଂଘ ଏହାର ବିରୋଧ କରିଆସୁଛି ।

ଭାଟ୍‍ ପ୍ରତ୍ୟାହାର କରି ଅତିରିକ୍ତ ପ୍ରବେଶ କର ଲାଗୁ କରାଗଲେ ସରକାର ଅଧିକ ଟିକସ ପାଇପାରିବେ ବୋଲି ମହାସଂଘ ଦର୍ଶାଇଛି ।

ଓଡିଶା ଡଟ କମ

Exit mobile version