Site icon Odisha.com

ପ୍ରଶାସନିକ ଅଦଳବଦଳ, ନଅ ଜଣ ଜିଲ୍ଲାପାଳଙ୍କ ବଦଳି

ଭୁବନେଶ୍ୱର, ଏପ୍ରିଲ ୧୬ (ଓଡିଶା ଡଟ କମ) ରାଜ୍ୟ ସରକାର ଗୁରୁବାର ଆଇ ଏ ଏସ ସ୍ତରରେ ଏକ ବଡ ଧରଣର ପରିବର୍ତ୍ତନ କରି ନଅ ଜଣ ଜିଲ୍ଲାପାଳଙ୍କ ବଦଳି କରିଛନ୍ତି ।

ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଯାଜପୁର ଜିଲ୍ଲାପାଳ ଅନୀଲ ସାମଲଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଜଗତସିଂହପୁର ଜିଲ୍ଲାପାଳ ସତ୍ୟ ମଲ୍ଲିକଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି ।

ଯାମିନି ଷଡଙ୍ଗୀ କନ୍ଧମାଳର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବିଜୟ କୁମାର ଉପାଧ୍ୟାୟ ଜଗତସିଂହପୁର ର ନୂଆଁ ଜିଲ୍ଲାପାଳ ହେବେ । ଭି ଜୟା କୁମାର, ଏନ ଥିରୁମାଲା ନାୟକ, ରସ୍ମିତା ପଣ୍ଡା, ଡି ବୃନ୍ଦା, ଓ ସାଦିକ ଆଲମଙ୍କୁ ଯଥାକ୍ରମେ କୋରାପୁଟ, କେଉଁଝର, ନବରଙ୍ଗପୁର, କଳାହାଣ୍ଡି, ଓ ନୂଆପଡା ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।

ରାଜ୍ୟ ପ୍ରଶାସନିକ ସେବାର ପ୍ରମୋଦ କୁମାର ଦାସଙ୍କୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ, ଦେବରଞ୍ଜନ ସେନାପତିଙ୍କୁ କେନ୍ଦ୍ରାପଡା ର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବେ ।

ଓଡିଶା ଡଟ କମ

Exit mobile version