Site icon Odisha.com

ମାଓବାଦୀଙ୍କ ସହ ଯାଇଥିବା ଗ୍ରାମବାସୀଙ୍କ ପ୍ରତ୍ୟାବର୍ତ୍ତନ

ମାଲକାନଗିରି, ଏପ୍ରିଲ ୧୬ (ଓଡିଶା ଡଟ କମ) ମାଲକାନଗିରି ଜିଲ୍ଲାର କେତେକ ଗ୍ରାମରୁ କିଛିଦିନ ତଳେ ମାଓବାଦୀ ନେଇଯାଇଥିବା ସମସ୍ତ ଏଗାର ଜଣ ବ୍ୟକ୍ତି  ପ୍ରତ୍ୟାବର୍ତ୍ତନ କରିଥିବା ପୁଲିସ ଗୁରୁବାର କହିଛି ।

ପ୍ରଥମେ ସେମାନେ ଅପହରଣ ହୋଇଥିବା ସନ୍ଦେହ ପ୍ରକାଶ କରାଯାଇଥିବା ବେଳେ, ସେମାନେ ନିଜ ଇଚ୍ଛାରେ ମାଓବାଦୀଙ୍କ ସହ ଯାଇଥିବା ପୁଲିସ ସନ୍ଦେହ କହିଛି ।

ସେମାନଙ୍କୁ ମାଓ ସମର୍ଥକ ଆଖ୍ୟା ଦେଇ ପୁଲିସ କହିଛି ଯେ ଦୁଇ ଜଣ ବୁଧବାର ରାତିରେ ଘରକୁ ଫେରିଥିବା ବେଳେ, ଅନ୍ୟ ନଅ ଜଣ ଗୁରୁବାର ନିଜ ଘରକୁ ଫେରିଛନ୍ତି ।

ଘରକୁ ଫେରିଥିବା ଗ୍ରାମବାସୀଙ୍କୁ ପଚରା ଉଚୁରା କରି ସେମାନଙ୍କର ମାଓବାଦୀ ସହ କି ସଂପର୍କ ରହିଛି ତାହା ମଧ୍ୟ ପୁଲିସ ଅନୁଧ୍ୟାନ କରୁଛି ।

ଓଡିଶା ଡଟ କମ

Exit mobile version