ମାଲକାନଗିରି, ଏପ୍ରିଲ ୧୬ (ଓଡିଶା ଡଟ କମ) ମାଲକାନଗିରି ଜିଲ୍ଲାର କେତେକ ଗ୍ରାମରୁ କିଛିଦିନ ତଳେ ମାଓବାଦୀ ନେଇଯାଇଥିବା ସମସ୍ତ ଏଗାର ଜଣ ବ୍ୟକ୍ତି ପ୍ରତ୍ୟାବର୍ତ୍ତନ କରିଥିବା ପୁଲିସ ଗୁରୁବାର କହିଛି ।
ପ୍ରଥମେ ସେମାନେ ଅପହରଣ ହୋଇଥିବା ସନ୍ଦେହ ପ୍ରକାଶ କରାଯାଇଥିବା ବେଳେ, ସେମାନେ ନିଜ ଇଚ୍ଛାରେ ମାଓବାଦୀଙ୍କ ସହ ଯାଇଥିବା ପୁଲିସ ସନ୍ଦେହ କହିଛି ।
ସେମାନଙ୍କୁ ମାଓ ସମର୍ଥକ ଆଖ୍ୟା ଦେଇ ପୁଲିସ କହିଛି ଯେ ଦୁଇ ଜଣ ବୁଧବାର ରାତିରେ ଘରକୁ ଫେରିଥିବା ବେଳେ, ଅନ୍ୟ ନଅ ଜଣ ଗୁରୁବାର ନିଜ ଘରକୁ ଫେରିଛନ୍ତି ।
ଘରକୁ ଫେରିଥିବା ଗ୍ରାମବାସୀଙ୍କୁ ପଚରା ଉଚୁରା କରି ସେମାନଙ୍କର ମାଓବାଦୀ ସହ କି ସଂପର୍କ ରହିଛି ତାହା ମଧ୍ୟ ପୁଲିସ ଅନୁଧ୍ୟାନ କରୁଛି ।
ଓଡିଶା ଡଟ କମ
Leave a Reply