Site icon Odisha.com

କେନ୍ଦ୍ରୀୟ ବିଦ୍ୟାଳୟ ଫି ବୃଦ୍ଧି ମାମଲା ଖାରଜ

କଟକ , ଏପ୍ରିଲ ୧୭ (ଓଡିଶା ଡଟ କମ) କେନ୍ଦ୍ରୀୟ ବିଦ୍ୟାଳୟ ମାନଙ୍କରେ ସ୍କୁଲ କତ୍ତୃପକ୍ଷ ଛାତ୍ର ଓ ଛାତ୍ରୀ ମାନଙ୍କ ଠାରୁ ବିଦ୍ୟାଳୟ ବିକାଶ ନିଧି ନାଁରେ ଫି ଆଦାୟ ବିରୁଦ୍ଧରେ ଦାୟର ଏକାଧିକ ମାମଲାକୁ ଓଡିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି ।

କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦ୍ର ସରକାରଙ୍କଦ୍ଵାରା ପରିଚାଳିତ ସ୍କୁଲ ହୋଇଥିବାରୁ ଏଭଳି ଫି ଆଦାୟକୁ ବେଆଇନ ଦର୍ଶାଇ କେତେକ ଅଭିଭାବକ ଓ ତାଙ୍କର ସଂଗଠନ ଅଦାଲତର ଆଶ୍ରୟ ନେଇଥିଲେ ।

ଗୁରୁବାର ଏହିସବୁ ମାମଲାକୁ ଖାରଜ କରି ବିଚାରପତି ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ସ୍କୁଲର ଏହି ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବେ ନ।ହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ସେ ଏହିସବୁ ମାମଲାକୁ ଆଇନ ସମ୍ମତ ହୋଇନଥିବା ଦର୍ଶାଇ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।

ଓଡିଶା ଡଟ କମ

Exit mobile version