ଡେଲାଙ୍ଗ, (ପୁରୀ ) ଏପ୍ରିଲ ୧୭ (ଓଡିଶା ଡଟ କମ ) ଟ୍ରେନରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିବାର ପ୍ରତିବାଦରେ ପୁରୀ ଜିଲ୍ଲା ଡେଲାଙ୍ଗ ରେଳ ଷ୍ଟେସନରେ ଶୁକ୍ରବାର ସ୍ଥାନୀୟ ଲୋକେ ବ୍ୟାପକ ପୋଡାଜଳା କରିବା ସହ ଛିଡା ହୋଇଥିବା ଏକ ଟ୍ରେନର ଗୋଟିଏ ବଗିରେ ନିଆଁ ଲଗାଇ ଦେଇଛନ୍ତି ।
ଶୁକ୍ରବାର ମଧ୍ୟ ସ୍ଥାନୀୟ ବାସିନ୍ଦା ନିଜର ପ୍ରତିବାଦ ଜାରି ରଖି ରାସ୍ତା ରୋକୋ କରିଥିଲେ ଫଳରେ ଯାନ ବାହନ ଚଳାଚଳ ବ୍ୟାହତ ହୋଇଥିଲ। ପୁଲିସ ଓ ରେଳବାଇ ଅଧିକାରୀ ଘଟନା ସ୍ଥଳରେ ପହଞ୍ଚି ବିରୋଧ ପ୍ରଦର୍ଶନକାରୀଙ୍କୁ ବୁଝାସୁଝା କଲାପରେ ଯାନ ବାହନ ଚଳା ଚଳ ସ୍ଵାଭାବିକ ହୋଇଥିଲ। ।