Site icon Odisha.com

ଚିଟଫଣ୍ଡ ମାମଲାରେ ତିନିଜଣଙ୍କୁ ସଶ୍ରମ କାରାଦଣ୍ଡ ଆଦେଶ

ବାରିପଦା, ଏପ୍ରିଲ ୨୦ (ଓଡିଶା ଡଟ କମ) ମୟୂରଭଞ୍ଜ ଜିଲାରେ ଏକ ଅଦାଲତ ଚିଟଫଣ୍ଡ କାରବାର ଜରିଆରେ ଲୋକଙ୍କୁ ଠକିଥିବା ତିନିଜଣ ବ୍ୟକ୍ତିଙ୍କୁ ସୋମବାର ସଶ୍ରମ କାରାଦଣ୍ଡ ଓ ଜରିମାନା ଆଦେଶ ଦେଇଛନ୍ତି ।

ବାରିପଦା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସଞ୍ଜୟ କୁମାର ସାହୁ ଇଣ୍ଡିଆ ଇନଫୋ ଷ୍ଟାର ଓ ଇଣ୍ଡିଆ ଇନଫୋ ଲାଇନର ଆଞ୍ଚଳିକ ପରିଚାଳକ ଦୀପିକାନ୍ତ ବେହେରଙ୍କୁ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଥିବାବେଳେ ଉକ୍ତ ସଂସ୍ଥାର ଶାଖା ପରିଚାଳକ ଗଗନ ପାତ୍ର ଓ ଚାଳକ ଶୁଭେନ୍ଦୁ ଶେଖର ପଣ୍ଡାଙ୍କୁ ଚାରିବର୍ଷ ଲେଖାଏଁ କାରାବାସ ଶୁଣାଇଛନ୍ତି।

ମାନ୍ୟବର ଜଜ ବେହେରାଙ୍କ ଉପରେ ଏକ କୋଟି ଟଙ୍କାର ଜରିମାନା ଆଦେଶ କରିଥିବା ବେଳେ, ଅନ୍ୟ ଦୁଇଜଣଙ୍କୁ ଜଣ ପିଛା କୋଡିଏ ଲକ୍ଷ ଟଙ୍କା ଫାଇନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଜରିମାନା ଦେଇନପାରିଲେ ବେହେର।ଙ୍କୁ ଅଠର ମାସ ଓ ଅନ୍ୟ ଦୁଇଜଣଙ୍କୁ ଛଅ ମାସ ଲେଖାଏଁ ଅତିରିକ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ । ସଜ। ପାଇଥିବା ବ୍ୟକ୍ତି ଚିଟଫଣ୍ଡ ସଂସ୍ଥା ତିଆରିକରି ଲୋକଙ୍କଠାରୁ ଅଧିକ ସୁଧ ଦେବା ପ୍ରଲୋଭନ ଦେଖାଇ ଟଙ୍କା ସଂଗ୍ରହ କରୁଥିଲେ ଓ ନିଜ ପ୍ରତିଶୃତି ପାଳନ କରୁ ନଥିଲେ ।

ଲୋକଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କା ଠକି ନେଇଥିବା ଦୁଇ ବର୍ଷ ତଳେ ଅଭିଯୋଗ ହେବ। ପରେ ସେମାନଙ୍କୁ ଗିରଫ କରି ପୁଲିସ ତାଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରିଥିଲା

ଓଡିଶା ଡଟ କମ

Exit mobile version