Site icon Odisha.com

ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ, ଅସିତ ତ୍ରିପାଠୀ ଗୃହ ସଚିବ

ଭୁବନେଶ୍ଵର, ଏପ୍ରିଲ ୨୦  (ଓଡିଶା ଡଟ କମ) ନଅ ଜଣ ଜିଲ୍ଲାପାଳଙ୍କ ବଦଳି କରିବାର ଏକ ସପ୍ତାହ ମଧ୍ୟ ହୋଇନାହିଁ , ରାଜ୍ୟ ସରକାର ସୋମବାର ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ କରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଆସିଥିବା ୧୯୮୬ ବ୍ୟାଚର ଅଫିସର ଅସିତ ତ୍ରିପାଠୀଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ।

ସରକାରୀ ସୂତ୍ରରୁ ପ୍ରାପ୍ତ ଖବର ଅନୁସାରେ ତ୍ରିପାଠୀଙ୍କୁ ଶ୍ରମ ଓ ନିଯୁକ୍ତି ତଥା ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଫିସର ତାରାଦତ୍ତଙ୍କୁ କେବିକେ ମୁଖ୍ୟ ପ୍ରଶାସକ ନିଯୁକ୍ତି ଦିଆଯାଇଥିବା ବେଳେ ତାଙ୍କୁ ଗୋପବନ୍ଧୁ ଏକାଡେମୀର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି ।

ଠିକ ସେହିପରି ୧୯୮୬ ବ୍ୟାଚର ଅଫିସର ଜିଭିଭି ଶର୍ମା ସାଧାରଣ ପ୍ରଶାସନ ବିଭାଗର ନୂଆ ପ୍ରମୁଖ ସଚିବ ନିଯୁକ୍ତି ପାଇଛନ୍ତି । ସେ ସ୍ଵତନ୍ତ୍ର ରିଲିଫ କମିସନର ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ଵ ତୁଲାଇବେ ।

ସିଜେ ବେଣୁଗୋପାଳ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ନିଯୁକ୍ତିପାଇଥିବା ବେଳେ ମୋନା ଶର୍ମା ରାଜସ୍ୱ ଓ ବିପର୍ଯୟ ପ୍ରଶମନ ବିଭାଗର ନୂଆ ପ୍ରମୁଖ ଶାସନ ସଚିବ ହେବେ । ମୋନା ଓଏସଡିଏମଏ ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଇବେ ।

ଡି ଏନ ଗୁପ୍ତା ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତିପାଇଥିବା ବେଳେ ଜଳସଂପଦ ବିଭାଗର ପ୍ରମୁଖ ସଚିବପ୍ରଦୀପ ଜେନାଙ୍କୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ଦାୟିତ୍ଵ ତୁଲାଇବେ ।

ମନୋଜ ଆହୁଜା ସମବାୟ ବିଭାଗର ପ୍ରମୁଖ ସଚିବ ନିଯୁକ୍ତି ପାଇଥିବା ବେଳେ ସେ ପ୍ରଶାସନିକ ସଂସ୍କାର ମଧ୍ୟ ଅତିରିକ୍ତ ଦାୟିତ୍ଵ ତୁଲାଇବେ। ଚନ୍ଦ୍ର ଶେଖର କୁମାର ପରିବହନ କମିଶନର, ସଞ୍ଜୟ କୁମାର ସିଂ ରାଜସ୍ୱ କମିଶନର (ଦକ୍ଷିଣାଞ୍ଚଳ) ଓ ନୀତିନଚନ୍ଦ୍ରା ବାଣିଜ୍ୟକର କମିଶନର ଭାବେ
ନିଯୁକ୍ତି ପାଇଛନ୍ତି ।

ଓଡିଶା ଡଟ କମ

Exit mobile version