• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜାନକୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

April 21, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୂବନେଶ୍ଵର, ଏପ୍ରିଲ ୨୧ (ଓଡିଶା ଡଟ କମ) ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ମୁଖ୍ୟା ସୋନିଆ ଗାନ୍ଧୀ, ମୁଖ୍ୟମନ୍ତ୍ରୀ, ନବୀନ ପଟନାୟକ, ରାଜ୍ୟପାଳ ଏସସି ଜମିର, କେନ୍ଦ୍ରମନ୍ତ୍ରୀ ଜୁଏଲ  ଓରାମ, ଧର୍ମେନ୍ଦ୍ର ପ୍ରଧାନ ତଥା ବିଭିନ୍ନ ଦଳର ନେତା, ସରକାରୀ ଓ ବେସରକାରୀ ସଙ୍ଗଠନର ପଦାଧିକାରୀ ଭିନ୍ନ ଭିନ୍ନ ବାର୍ତ୍ତା ଜରିଆରେ ନିଜର ଶୋକ  ପ୍ରକାଶ କରିଛନ୍ତି।

ଏହା ସହ ପଢନ୍ତୁ

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରଲୋକ

 

“ଓଡିଶାର ବିକାଶ ଦିଗରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭୂମିକା ଅବିସ୍ମରଣୀୟ । ସେ ଜଣେ ଲୋକପ୍ରିୟ ନେତା ଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ନିଜ  ଶୋକ ବାର୍ତ୍ତାରେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବାର୍ତ୍ତାରେ କହିଛନ୍ତି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ।

କେନ୍ଦ୍ରମନ୍ତ୍ରୀ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଶୋକ ପ୍ରକଟ କରି କହିଛନ୍ତି ,”ଭାରତ ଆଜି ଜଣେ ବିଶିଷ୍ଠ ରାଜନେତା ତଥା  ସମାଜସେବୀଙ୍କୁ ହରାଇ ଦେଇଛି। ଓଡିଶା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି । ପଟ୍ଟନାୟକ ତିନି ଥର ଓଡିଶା ର ମୁଖ୍ୟମନ୍ତ୍ରୀ ପଦରେ  ଅଳଙ୍କୃତ ହୋଇଥିଲେ।

ସେ ଜଣେ ମିଷ୍ଠଭାଷୀ, ଜ୍ଞାନୀ ଓ ସୁସାହିତ୍ୟିକ ହୋଇଥିବା ସହ କଂଗ୍ରେସ ପାର୍ଟିର ଜଣେ ଆଗଧାଡିର ନେତା ହିସାବରେ ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ତାଙ୍କର ଯୋଗଦାନ ଥିଲା । ସେ କେନ୍ଦ୍ରମନ୍ତ୍ରୀ ଭାବରେ ଅନେକ ମହତ୍ଵପୂର୍ଣ କାର୍ଯ୍ୟ କରିଥିଲେ, ଓ ଆସାମର ରାଜ୍ୟପାଳ ଦାୟିତ୍ଵ ମଧ୍ୟ ସେ ସୂଚାରୁରୂପେ ତୁଲାଇଥିଲେ।” ଓରାମ କହିଛନ୍ତି ।

‘ତାଙ୍କର ବିୟୋଗ ରେ ରାଜନୀତି କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସ୍ତୃଷ୍ଟି ହୋଇଛି ବୋଲି କହି ସ୍ଵର୍ଗତ ପଟ୍ଟନାୟକଙ୍କ ପରିବାର ଓ ଅନୁଗତଙ୍କ ପ୍ରତି  ଓରାମ ଗଭୀର ସମବେଦନା ଜଣାଇଛନ୍ତି ।

ବିଜେପି ନେତା ସୁରେଶ ପୂଜାରୀ,କହିଛନ୍ତି ପଟ୍ଟନାୟକ ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତାଙ୍କୁ ଓଡିଶା ରାଜନୀତିର ‘ଭିଷ୍ମ ପିତାମହ’  ବୋଲି କୁହାଯାଏ ।

ତାଙ୍କ ପରି ଜେଣେ ସୁନାମଧନ୍ୟ ସାହିତ୍ୟିକ, ଲେଖକ ଓ ରାମାୟଣ, ମହାଭାରତ, ଶ୍ରୀମଦ ଭାଗବତ ଗୀତା ଭଳି ମହାନ ପୁସ୍ତକ  ଅନୁବାଦ କରିଥିବା ବ୍ୟକ୍ତି ବିଶେଷ ଆଜି ଅକ୍ଷୟ ତୃତୀୟା ଭଳି ପବିତ୍ର ଦିନରେ ମରଧାମ ତ୍ୟାଗ କରିଛନ୍ତି। ସେ ଓଡିଶା ରାଜନୀତିରେ ଜଣେ ପ୍ରତିଭାବନ ବ୍ୟକ୍ତି ଥିଲେ। ତାଙ୍କର ବିୟୋଗ ରେ ଗୋଟେ ଯୁଗର ଅବସାନ ଘଟିଛି, ସେ କହିଛନ୍ତି।

ଭାରତୀୟ ଜାତୀୟ କଂଗ୍ରେସ ର ମୁଖପାତ୍ର ଭକ୍ତ ଚରଣ ଦାସ, କହିଛନ୍ତି ”ଜେ.ବି ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଲୋକମାନଙ୍କର ପ୍ରଗତି ଓ ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ କାମ କରି ଦେଶ ଉନ୍ନତି ପାଇଁ ଯୋଗଦାନ ଦେଇଥିଲେ । ରାଜନୀତିରେ ସେ ଏକ ପ୍ରେରଣା ଦାୟକ ବ୍ୟକ୍ତିବିଶେଷ ଥିଲେ, ତାଙ୍କର ବିୟୋଗରେ ଦେଶର ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି।

ଜାନକୀ ବାବୁ ଓଡିଶା ରାଜନୀତିର ଚାଣକ୍ୟ ଥିଲେ ଓ ସେ ବହୁ ପ୍ରତିଭାର ଅଧିକାରୀ ଥିଲେ,ତାଙ୍କର ସ୍ଥାନ ଓଡିଶା ରାଜନୀତିରେ ଅପୂରଣୀୟ ଅଟେ  ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ଡ.ଦାମୋଦର ରାଉତ କହିଛନ୍ତି।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଜାନକୀ ବଲ୍ଲଭ ପଟ୍ଟନାୟକ, ତିରୋଧାନ, ବିୟୋଗ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version