Site icon Odisha.com

ବାଲୁକା କଳା ମାଧ୍ୟମରେ ଜାନକୀଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ଵର, ଏପ୍ରିଲ ୨୧ (ଓଡିଶା ଡଟ କମ) ପୁରୀ ସମୁଦ୍ର ବେଳାଭୂମିରେ ମଙ୍ଗଳବାର ଏକ ବାଲୁକା କଳା ତିଆରି କରି ପ୍ରସିଦ୍ଧ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ତାଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରି ସୁଦର୍ଶନ ବାଲିରେ ସ୍ଵର୍ଗତ ପଟ୍ଟନାୟକଙ୍କ ମୁହଁ ତିଆରିକରି ଇଂରାଜୀରେ ‘ଗୋଟିଏ ମହାନ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ‘ ଲେଖିବ ସହ ବାଲୁକା କଳା ନିକଟରେ ପୁଷ୍ପଗୁଚ୍ଛ ଅର୍ପଣ କରିଛନ୍ତି ।

ଓଡିଶା ଡଟ କମ

Exit mobile version