Site icon Odisha.com

ଉତ୍କଳ ଗୌରବଙ୍କ ଜୟନ୍ତୀ ଉପଲକ୍ଷେ ପ୍ରତିଯୋଗିତା ଆୟୋଜନ

ଭୁବନେଶ୍ଵର, ଏପ୍ରିଲ ୨୩ (ଓଡ଼ିଶା ଡଟ କମ) ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ କେତେକ ଅନୁଷ୍ଠାନ ଦ୍ଵାରା “ମଧୁକଥା ସମାରୋହ” କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଅପ୍ରେଲ୍ ୨୬ ତାରିଖରେ ୟୁନିଟ୍ ୩ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଏକ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯିବ ଯେଉଁଥିରେ ବକୃତା, କୁଇଜ୍, ଚିତ୍ରାଙ୍କନ, ଏକକ ଅଭିନୟ ଇତ୍ୟାଦି ରେ ପିଲାମାନେ ଭାଗ ନେଇପାରିବେ ।

ସନ୍ଧାନ ଓ ଜୟ ଓଡିଶାର ମିଳିତ ପ୍ରୟାସ ଓ ବିଭିନ୍ନ ମାନଙ୍କ ସହଯୋଗରେ ଆୟୋଜିତ ଏହି ତୃତୀୟ ସମାରୋହ ଅପ୍ରେଲ୍ ୨୭ ତାରିଖରେ ସ୍ଥାନୀୟ ଏକାମ୍ର ହାଟ ମୁକ୍ତ ମଂଚରେ ଅନୁଷ୍ଠିତ ହେବ ଓ କୃତି ପ୍ରତିଯୋଗୀ ମାନଂକୁ ସେଠାରେ ପୁରସ୍କୃତ କରାଯିବା ସହିତ ମଧୁ ବାବୁଙ୍କ ରଚିତ କବିତା କୁ ନେଇ ନୃତ୍ୟ , ସଂଗୀତ ଓ ସୁନାମଧନ୍ୟ ଶିଶୁ ମଧୁ ଜୟନ୍ତୀ ଉପଲକ୍ଷେ ସାହିତ୍ୟିକ ଦାସ୍ ବେନୁହୁରଙ୍କ ଦ୍ବାରା ମଧୁ କଥା ପରିବେଷଣ କରାଯିବ ।

ଏହା ସହିତ ମଧୁବାବୁଙ୍କ ସମୟର ସଂଗୃହୀତ ଫଟୋଚିତ୍ର ମଧ୍ୟ ପ୍ରଦର୍ଶିତ ହେବ । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦାନ କରିବାର ଯୋଜନା ରହିଥିବା ବେଳେ ବିଭିନ୍ନ ସମାଜିକ ଅନୁଷ୍ଠାନ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନେ ସାମିଲ୍ ହେବେ ।

ଖରାଦିନର ସଂଧ୍ୟା ଅବକାଶକୁ ଏକାମ୍ର ହାଟରେ ମଧୁକଥା କାର୍ଯ୍ୟକ୍ରମ ମାଧ୍ୟମରେ ଉପଭୋଗ କରିବା ପାଇଂ ସମସ୍ତଂକୁ ସାଦର ନିମନ୍ତ୍ରଣ କରାଯାଇଛି । ପିଲା ମାନଙ୍କ ମଧ୍ୟରେ ମଧୁ ବାବୁ ଙ୍କ ପ୍ରତି ଭଲ ପାଇବା ଓ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଏକ ଭଲ ମଣିଷ ହେବାର ସଂକଳ୍ପ ସୃଷ୍ଟି କରିବା ଲକ୍ଷରେ ଏହି କାର୍ଯ୍ୟକ୍ରମ ଆୟୋଜନ କରା ଯାଉଛି ବୋଲି କାର୍ଯ୍ୟକ୍ରମ ଆୟୋଜକ ସଦସ୍ୟ ସୁଶ୍ରୀ ମନସ୍ଵିନୀ ପରିଡା କହିଛନ୍ତି ।

ମଧୁ ବାବୁଙ୍କ ଜୟନ୍ତୀକୁ ସମଗ୍ର ଓଡିଶା ରେ ସମ୍ମାନର ସହିତ ପାଳନ କରିବା ନିମନ୍ତେ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । କାର୍ଯ୍ୟକ୍ରମରେ ଭାଗନେବା ନିମନ୍ତେ ବା ବିସ୍ତୃତ ବିବରଣୀ ନିମନ୍ତେ ୯୧୨୪୪୦୨୧୩୦ ନମ୍ବରରେ ଯୋଗାଯୋଗ କରିପାରିବେ ।

ଗୁରୁବାର ଭରତପୁର୍ ସ୍ଥିତ ବୀଣା ଭାରତୀ ବିଦ୍ୟା ମନ୍ଦିର ପରିସରରେ ଛାତ୍ର ଛାତ୍ରୀ ମାନଙ୍କ ସହିତ ବିଦ୍ୟାଳୟ ସ୍ତରୀୟ ମଧୁ ଗଳ୍ପ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଅବସରରେ ଗପ ମାଧ୍ୟମରେ ମଧୁ ବାବୁଙ୍କ ଜୀବନରେ ଘଟିଥିବା ବିଭିନ୍ନ ଘଟଣା ଓ ତାଙ୍କର ବୁଦ୍ଧିମତା ବିଷୟରେ ଯୁବ କଥାକାର ରତ୍ନାକର ସାହୁ ଅତି ସାବଲିଳ ଭାବରେ ଉପସ୍ଥାପନା କରିଥିଲେ ।

ପିଲାମାନେ ଏହି ଅଭିନବ ପ୍ରୟାସକୁ ମନଭରି ଉପଭୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଗପ ସମ୍ପର୍କିତ ପ୍ରଶ୍ନ ପଚରାଯାଇ ପୁରସ୍କୃତ କରାଯାଇଥିଲା ଏବଂ ମଧୁ କଥା ସମାରୋହରେ ଅଂଶ ଗ୍ରହଣ କରିବା ନିମନ୍ତେ ନିମନ୍ତ୍ରଣ ଦିଆଯାଇଥିଲା । ଗତ ଅପ୍ରେଲ୍ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଅପ୍ରେଲ୍ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟରେ ଚାଲିବ ବୋଲି ଏହାର ଆୟୋଜକ ମାନେ କହିଛନ୍ତି ।

ଓଡ଼ିଶା ଡଟ କମ

Exit mobile version