Site icon Odisha.com

ତଲସାରୀ ବିକାଶ ପାଇଁ ସ୍ଵତନ୍ତ୍ର ଯୋଜନା କର୍ତୃପକ୍ଷ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୨୪ (ଓଡିଶା ଡଟ କମ) ବାଲେଶ୍ଵର ଜିଲ୍ଲାର ତଳସାରୀ ବେଳାଭୂମି ଅଞ୍ଚଳର ବିକାଶ ପାଇଁ ତଳସାରୀ, ଚନ୍ଦନେଶ୍ଵର, ଓ ଭୂଷଣ୍ଡେଶ୍ଵର ଅଞ୍ଚଳକୁ ନେଇ ସରକାର ଏକ ସ୍ଵତନ୍ତ୍ର ଯୋଜନା କର୍ତୃପକ୍ଷ ବ ସ୍ପେଶାଲ ପ୍ଲାନିଂ ଅଥରିଟି ଗଠନ କରିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ ଏହି ଅଞ୍ଚଳର ୩୬ଟି ଗାଁକୁ ନେଇ ଏହା ଗଠନ କରାଯିବ । ବାଲେଶ୍ଵର ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ରହିବେ ଓ ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ ଏହାର ସଦସ୍ୟ ସଚିବ ରହିବେ ।

ପର୍ଯ୍ୟଟନ ବିକାଶର ଅଭିଜ୍ଞତା ଥିବା ଏକ ସଂସ୍ଥାକୁ ଏହି ଅଞ୍ଚଳର ମାଷ୍ଟର ପ୍ଳାନ ବିକାଶ ପାଇଁ ଦାୟିତ୍ଵ ଦିଆଯିବା ପାଇଁ ଏହି ବୈଠକରେ ସ୍ଥିର ହୋଇଛି । ପର୍ଯ୍ୟଟନ ବିକାଶ ପାଇଁ ଏକ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଇଉନିଟ ଗଠନ କରାଯିବା ସହ ହୋଟେଲ ଶିଳ୍ପର ଅଭିବୃଦ୍ଧି, ବେଳାଭୂମି ଆଲୋକୀକରଣ, ରାସ୍ତା, ଉପକୂଳ ସୁରକ୍ଷା ଆଦି କାର୍ଯ୍ୟକ୍ରମ ଉପରେ ବୈଠକରେ ଗୁରୁତ୍ଵ ଆରୋପ କରଯାଇଥିଲା ।

ଓଡିଶା ଡଟ କମ

Exit mobile version