Site icon Odisha.com

ସନ୍ଦେହ ଜନକ ଗତିବିଧି ଯୋଗୁଁ ହୁଇଲର ଦ୍ଵୀପରୁ ବ୍ୟକ୍ତି ଗିରଫ

ବାଲେଶ୍ଵର, ଏପ୍ରିଲ ୨୪ (ଓଡିଶା ଡଟ କମ) କ୍ଷେପଣାସ୍ତ୍ର ପରୀକ୍ଷା କରାଯାଉଥିବା ହୁଇଲର ଦ୍ଵୀପ ଆଖପାଖରେ ସନ୍ଦେହ ଜଣକ ଗତିବିଧି ଯୋଗୁଁ ଜଣେ ଅଣ ଓଡିଆ ବ୍ୟକ୍ତିକୁ ଗିରଫ କରି ସ୍ଥାନୀୟ ଅଦାଲତରେ ହାଜର କରିଥିବା ପୁଲିସ ଶୁକ୍ରବାର କହିଛି ।

୩୦ ବର୍ଷର ଏହି ଯୁବକ ହୁଇଲର ଦ୍ଵୀପ ଆଖପାଖରେ ତିନିଦିନ ତଳେ ସନ୍ଦେହ ଜଣକ ଭାବେ ବୁଲାବୁଲି କରୁଥିବାବେଳେ କ୍ଷେପଣାସ୍ତ୍ର ଘାଟିର ସୁରକ୍ଷା କର୍ମୀଙ୍କ ହାତରେ ଧରା ପଡିଥିଲା ।

ସୁରକ୍ଷା କର୍ମୀ ପରବର୍ତୀ ସମୟରେ ଉକ୍ତ ବ୍ୟକ୍ତିକୁ ପାଇଁ ସ୍ଥାନୀୟ ସାମୁଦ୍ରିକ ଥାନାକୁ ହସ୍ତାନ୍ତର କରିଥିଲେ । ଗିରଫ ବ୍ୟକ୍ତି ନିଜ ନାମ ଥୋମାସ ଓ ତାମିଲନାଡୁ ରାଜ୍ୟର କନ୍ୟାକୁମାରୀର ବାସିନ୍ଦା କହୁଥିବା ବେଳେ ଉକ୍ତ ରାଜ୍ୟର ପ୍ରଶାସନ ସହ ଯୋଗାଯୋଗ କରି ତାହା ନିଶ୍ଚିତ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି ।

ବ୍ୟକ୍ତି ଜଣକ କାହିଁକି କ୍ଷେପଣାସ୍ତ୍ର ଘାଟି ଆଖ ପାଖରେ ବୁଲୁଥିଲେ ସେ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ ସେ ଜଣେ ଗୁପ୍ତଚର ହୋଇଥିବା ଆଶଙ୍କା କରି ଖୋଳତାଡ ଚଳାଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟଯେ ଜିଲ୍ଲା ପୁଲିସ ତିନି ମାସ ତଳେ ଗୁପ୍ତଚର ବୃତ୍ତିରେ ଲିପ୍ତ ଥିବା ଅଭିଯୋଗରେ ଇଶ୍ଵର ଚନ୍ଦ୍ର ବେହେରା ନାମକ ଜଣେ ଡି ଆର ଡିଓ ର ସାମୟିକ ଫଟୋଗ୍ରାଫରକୁ ଗିରଫ କରିଥିଲା ।

ଓଡିଶା ଡଟ କମ

Exit mobile version