Site icon Odisha.com

ରାଜ୍ୟରେ ନେପାଳ ଭୂକମ୍ପର ଝଟକା

ଭୁବନେଶ୍ଵର, ଏପ୍ରିଲ ୨୫ (ଓଡିଶା ଡଟ କମ) ନେପାଳ ର କାଠମାଣ୍ଡୁ ଠାରୁ ପ୍ରାୟ ୮୦ କିମି ଦୂରରେ ଶନିବାର ହୋଇଥିବା ଏକ ବଡ ଭୂମିକମ୍ପର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଛି।

କୋଠାଘର ଦୋହଲିବା ସହ, ପଙ୍ଖା ଓ ଘରର ଆସବାବପତ୍ର ହଲିବା ଯୋଗୁଁ ବିଭିନ୍ନ ଏପାର୍ଟମେଣ୍ଟ ଓ ବହୁତଳ ପ୍ରାସାଦରୁ ଲୋକମାନେ ନିଜ ପରିବାର ସହ ପାଖ ଆଖ ପଡିଆ ଓ ରାସ୍ତାକୁ ଚାଲି ଆସିଥିଲେ ।

ରାଜ୍ୟର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ସ୍ଵତନ୍ତ୍ର ରିଲିଫ କମିଶସନର ପ୍ରଦୀପ୍ତ ମହାପାତ୍ର ଓଡିଶା ଡଟ କମ କୁ କହିଛନ୍ତି । ତେବେ କୌଣସି ସ୍ଥାନରୁ କ୍ଷୟ କ୍ଷତିର କୌଣସି ସୂଚନା ନ ଥିବା ସେ କହିଛନ୍ତି ।

ଭାରତୀୟ ପାଣିପାଗ କେନ୍ଦ୍ର ନେପାଳରେ ହୋଇଥିବା ଏହି ଭୂକମ୍ପର ମାତ୍ରା ରିକ୍ଟର ସ୍କେଲରେ ୭.୯ ମପା ଯାଇଥିବା କହିଛି ।

ଓଡିଶା ଡଟକମ

Exit mobile version