• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅବସରକାଳୀନ ଦେୟ ନ ଦେବାରୁ ଡାକ ବିଭାଗକୁ ନୋଟିସ୍

April 27, 2015 by News Bureau Leave a Comment

ଭୁବନେଶ୍ଵର, ଏପ୍ରିଲ ୨୭ (ଓଡିଶା ଡଟ କମ ) ଗ୍ରାମୀଣ ଡାକ କର୍ମଚାରୀଙ୍କୁ ଅବସରକାଳୀନ ଦେୟ ପ୍ରଦାନରେ ଅହେତୁକ ବିଳମ୍ବକୁ ନେଇ ଜାତୀୟ ମାନବାଧିକାର କମିଶନ ପୁଣି ଥରେ ଉଦବେଗ ପ୍ରକାଶ କରିଥିବା ଜଣେ ମାନବାଧିକାର କର୍ମୀ ସୋମବାର କହିଛନ୍ତି ।

India_Postପୁରୀ ଜିଲ୍ଲା ଚିଲିକା ନୂଆପଡା ଅଂଚଳର ଜଣେ ପୋଷ୍ଟମାଷ୍ଟର ଅବସର ନେବାର ଦୁଇ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ବି ତାଙ୍କୁ ତାଙ୍କର ପ୍ରାପ୍ୟ କାହିଁକି ଦିଆଯାଇନାହିଁ ତାହା ଜଣାଇବା ଲାଗି କମିଶନ ନୂଆଦିଲ୍ଲୀରେ ଅବସ୍ଥାପିତ ଡାକ ବିଭାଗ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି ।

ପୁରୀ ଜିଲ୍ଲା ବ୍ରହ୍ମଗିରି ଉପ ଡାକଘର ଅନ୍ତର୍ଗତ ଚିଲିକା ନୂଆପଡା ଶାଖା ଡାକ ଘରେ ବୈଷ୍ଣବ ଚରଣ ପ୍ରଧାନ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟକରି ୨୦୧୨ ନଭେମ୍ବରରେ ଅବସର ନେଇଥିଲେ । କିନ୍ତୁ ଦୁଇ ବର୍ଷ ପରେ ମଧ୍ୟ ତାଙ୍କୁ ଅବସରକାଳୀନ ସୁବିଧା ମିଳୁନାହିଁ । ସେ ବିଭିନ୍ନ ଅଫିସ୍ ଦୌଡି ଦୌଡି ନୟାନ୍ତ ହୋଇ ଯାଇଛନ୍ତି।

ସରକାରୀ ଚାକରିରୁ ଅବସର ପରେ ନିୟମ ଅନୁଯାୟୀ କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା ସୁଯୋଗ ନ ମିଳିବା ମାନବାଧିକାରର ଉଲଂଘନ ବୋଲି ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏକ ମାମଲା ରୁଜୁ କରିଥିଲେ ।

ସେ ଦର୍ଶାଇଥିଲେ ଅବସରକାଳୀନ ପୂର୍ଣ ସୁବିଧା ନ ମିଳିବାରୁ ବୈଷ୍ଣବଙ୍କ ଜୀବନ ଦୁର୍ବିସହ ହୋଇପଡିଛି । କମିଶନ ଏହାକୁ ଗ୍ରହଣ କରି ଡାକ ବିଭାଗର ମୁଖ୍ୟ ତଥା ସଚିବଙ୍କୁ ନୋଟିସ୍ ଜାରି କରି ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦେଶ ଦେଇଥିବା ଅଖଣ୍ଡ ପ୍ରକାଶ କରିଛନ୍ତି ।

ପୂର୍ବରୁ ମଧ୍ୟ ଏ ସମ୍ପର୍କିତ ଅନ୍ୟ କିଛି ମାମଲାରେ ଡାକ ବିଭାଗକୁ କମିଶନ ନୋଟିସ୍ ଜାରି କରିଥିଲେ । କମିଶନଙ୍କ ନୋଟିସ୍ ପରେ କିଛି କର୍ମଚାରୀଙ୍କୁ ସେମାନଙ୍କ ଅବସରକାଳୀନ ପ୍ରାପ୍ୟ ମଧ୍ୟ ମିଳିଛି ।

ଏଠାରେ ପ୍ରକାଶଯୋଗ୍ୟ ଯେ, ରାଜ୍ୟର ପ୍ରାୟ ୫୦୦ ଗ୍ରାମୀଣ ଡାକ କର୍ମଚାରୀଙ୍କୁ ଷଷ୍ଠ ବେତନ କମିଶନ ଅନୁଯାୟୀ ବର୍ଦ୍ଧିତ ଗ୍ରାଚୁଇଟି ଓ ବକୈୟା ଦରମା ଦିଆଯାଇ ନାହିଁ । ଏମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ପରିବାରଲୋକଙ୍କୁ ଏହି ଅର୍ଥ ଦିଆଯାଉନାହିଁ ବୋଲି ଅଖଣ୍ଡ ଅଭିଯୋଗ କରିବା ସହ ତୁରନ୍ତ ଏହା ପ୍ରଦାନ କରିବାକୁ ଦାବି କରିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଅଖଣ୍ଡ, ଡାକ ବିଭାଗ, ମାନବାଧିକାର କର୍ମୀ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version