Site icon Odisha.com

ଦୁର୍ଗମ ଅଞ୍ଚଳ ଡାକ୍ତରଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୨୮ (ଓଡିଶା ଡଟ କମ) ଦୁର୍ଗମ ଓ ପଛୁଆ ଅଞ୍ଚଳରେ କାମ କରୁଥିବା ଡାକ୍ତର ମାନଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ ରାଶିକୁ ତାଙ୍କର ବେସିକ ଦରମାର ଶତ ପ୍ରତିଶତ ବୃଦ୍ଧି ପ୍ରସ୍ତାବକୁ ମଙ୍ଗଳବାର ରାଜ୍ୟ କେବିନେଟ ମଞ୍ଜୁରୀ ଦେଇଛି ।

ରାଜ୍ୟ କେବିନେଟ ମଂଜୁରୀ ଦେଇଥିବା ଅନ୍ୟ ପ୍ରସ୍ତାବ ଗୁଡିକ ହେଲା, ରାଜ୍ୟ ସରକାରଙ୍କ ଓଡିଶା ଖଣି ନିଗମ ନିଜର ଉତ୍ପାଦିତ ସତୁରୀ ଭାଗ ଆଇରନ ଓର ରାଜ୍ୟରେ ଥିବା ଶିଳ୍ପକୁ ପ୍ରଦାନ କରିବ । ପୂର୍ବରୁ ଏହା ପଚାଶ ପ୍ରତିଶତ ରହିଥିଲା ।

ସରକାରଙ୍କ ସହ ଚୁକ୍ତି ସ୍ଵାକ୍ଷର କରିନଥିବା କମ୍ପାନୀ ମଧ୍ୟ ଏହା ଦ୍ଵାରା ଲାଭବାନ ହେବେ । ଅନ୍ୟ ଏକ ଗୁରୁତ୍ଵ ପୂର୍ଣ ନିଷ୍ପତ୍ତି ହେଲା ଚିଟ ଫଣ୍ଡ କମ୍ପାନୀରେ ଦଶ ହଜାର କିମ୍ବା ତା ଠାରୁ କମ ନିବେଶ କରି ଠକାମିର ଶିକାର ହୋଇଥିବା ଲୋକ ମାନଙ୍କୁ ଛୋଟ ନିବେଶକ ଭାବେ ଗଣନା କରାଯିବ ।

କ୍ଷତିପୂରଣ ଦେବା ସମୟରେ ସରକାର ସେମାନଙ୍କୁ ପ୍ରଥମେ ଅଗ୍ରାଧିକାର ଦେବେ । ଶାରୀରିକ ଅକ୍ଷମ ଲୋକଙ୍କ ପାଇଁ ଏକ ସ୍ଵତନ୍ତ୍ର ବିଭାଗ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ , ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅକାମି ହୋଇଥିବା ଉଠା ଜଳସେଚନ ପ୍ରକଳ୍ପକୁ ମରାମତି କରିବାପାଇଁ ପଦକ୍ଷେପ ନେବେ ।

ରାଜ୍ୟରେ ଆଳୁର ଅଧିକ ଉତ୍ପାଦନ ଓ ତାର ସଂରକ୍ଷଣ ପାଇଁ ରାଜ୍ୟ ଆଳୁ ମିଶନ ନାମରେ ଏକ ସଂସ୍ଥା ଗଠନ କରିବା ପ୍ରସ୍ତାବକୁ ମଧ୍ୟ କେବିନେଟ ମଂଜୁରୀ ଦେଇଛି ।

ଓଡିଶା ଡଟ କମ

Exit mobile version