• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବସରେ ଜିପିଏସ, ସିସିଟିଭି ଲଗାଇବା ବାଧ୍ୟତାମୂଳକ କରିବା ଯୋଜନା

April 28, 2015 by News Bureau Leave a Comment

ଭୁବନେଶ୍ଵର, ଏପ୍ରିଲ ୨୮ (ଓଡିଶା ଡଟ କମ) ରାଜ୍ୟରେ ଚଳାଚଳ କରୁଥିବା ବସ ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଜିପିଏସ ଓ ସିସି ଟିଭି ଲଗାଇବା ବାଧ୍ୟତାମୂଳକ କରିବାପାଇଁ ସରକାର ଯୋଜନା କରିଛନ୍ତି ।

ସଡକ ଓ ପରିବହନ ବିଭାଗ ଏକ ବିଜ୍ଞପ୍ତି ଜାରିକରି ଏ ସଂକ୍ରାନ୍ତରେ ଓଡିଶା ମୋଟର ଯାନ ନିୟମ ୧୯୯୩ରେ ଆବଶ୍ୟକୀୟ ସଂଶୋଧନ ପାଇଁ ସାଧାରଣ ଲୋକଙ୍କଠାରୁ ପରାମର୍ଶ ଓ ମତାମତ ଲୋଡିଛନ୍ତି । ବିଭାଗକୁ ମତାମତ ପଠାଇବାର ଶେଷ ତାରିଖ ମଇ ୨୩ ରଖା ଯାଇଛି ।

ରାଜ୍ୟ ଘରୋଇ ବସ ମାଲିକ ସଂଘ ସରକାରଙ୍କ ପ୍ରସ୍ତାବକୁ ସ୍ଵାଗତ କରିଛନ୍ତି । ସିସି ଟିଭି ଲଗାଇବା ସପକ୍ଷରେ ମତ ଦେଇଥିବା ବେଳେ ଯଦି ବସ ନିର୍ଧାରିତ ସମୟରେ ଚଳାଚଳ କରୁଛି କି ନାହିଁ ତାହା ଉପରେ ନଜର ରଖିବାକୁ ଜିପିଏସ ଲଗାଇବା ଯୋଜନା କରୁଥାନ୍ତି ତାହା ହେଲେ ଏହାର ଖରାପ ପ୍ରଭାବ ପଡ଼ିବ, ଜିପିଏସ ଲଗାଇବାକୁ ବିରୋଧ କରି ସଂଘ କହିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଜିପିଏସ, ବସ ମାଲିକ ସଂଘ, ଯାତ୍ରୀ, ସରକାର, ସିସିଟିଭି

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version