Site icon Odisha.com

ମଇ ପହିଲାରୁ ସରକାରୀ ଚିକିତ୍ସାଳୟରେ ମାଗଣା ଔଷଧ

ଭୁବନେଶ୍ଵର, ଏପ୍ରିଲ ୨୮ (ଓଡିଶା ଡଟ କମ) ମଇ ପହିଲାରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମାଗଣା ଔଷଧ ଯୋଗାଇ ଦିଆଯିବ, ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ମଙ୍ଗଳବାର ଘୋଷଣା କରିଛନ୍ତି ।

ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଲୟକୁ ଆସୁଥିବା ରୋଗୀ ମାନଙ୍କୁ ଜେନେରିକ ମେଡିସିନ ଯୋଗାଇ ଦିଆଯିବ ବୋଲି ପଟ୍ଟନାୟକ ଭୁବନେଶ୍ଵର ଠାରେ ଓଡିଶା ରାଜ୍ୟ ଔଷଧ ନିଗମର ନୂତନ କାରଯାଲୟ ଉଦଘାଟନ କରିବା ଅବସରରେ କହିଛନ୍ତି । ଏଥିପାଇଁ ରାଜ୍ୟ ସରକାର ୨୦୦ କୋଟି ଟଙ୍କାର ଅର୍ଥ ବଜେଟରେ ଚଳିତ ବର୍ଷ ପାଇଁ ବରାଦ କରିଥିବା ସେ କହିଛନ୍ତି ।

ମାଗଣା ଔଷଧର ସୁପରିଚାଳନା ପାଇଁ ପ୍ରତି ଚିକିତ୍ସାଳୟରେ ଔଷଧ ବିତରଣ କେନ୍ଦ୍ର ଖୋଲାଯିବା ସହିତ ୫୯୮ ଜଣ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆ ଯାଉଥିବା ସେ କହିଛନ୍ତି । ଔଷଧ ବ୍ୟତିତ ରୋଗୀ ମାନେ କିପରି ମାଗଣାରେ ବିଭିନ୍ନ ପରୀକ୍ଷା କରିପାରିବେ ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ।

ଓଡିଶା ଡଟ କମ

Exit mobile version