Site icon Odisha.com

ଏସସି, ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ୩୮. ୭୫ ପ୍ରତିଶତକୁ ବୃଦ୍ଧି

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୧୯ (ଓଡିଶା ଡଟ କମ) ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ସରକାରୀ ଉଚ୍ଛଶିକ୍ଷା ଅନୁଷ୍ଠାନ ମାନଙ୍କରେ ନାମ ଲେଖାଇବା ପାଇଁ ଥିବା ସଂରକ୍ଷଣ ୩୮. ୭୫ କୁ ରାଜ୍ୟ ସରକାର ବୁଧବାର ବୃଦ୍ଧି କରିଛନ୍ତି ।

ଏହା ଚଳିତ ୨୦୧୫-୧୬ ଶିକ୍ଷା ବର୍ଷରୁ ଲାଗୁ ହେବ । ସୂଚନା ଯୋଗ୍ୟ ଯେ ରାଜ୍ୟର ଉଛ ଶିକ୍ଷାନୁଷ୍ଠାନ ମାନଙ୍କରେ ଅନୁସୂଚିତ ଜନ ଜାତି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ୧୨ ପ୍ରତିଶତ ସଂରକ୍ଷଣ ଓ ଅନୁସୂଚିତ ଜାତି ମାନଙ୍କ ପାଇଁ ଆଠ ପ୍ରତିଶତ ସଂରକ୍ଷଣ ଥିବା ବେଳେ ଏହା ଯଥାକ୍ରମେ ୨୨.୫ ପ୍ରତିଶତ ଓ ୧୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି ।

ମୁଖ୍ୟମନ୍ତ୍ରୀ ବୁଧବାର ଅନୁମୋଦନ କରିଥିବା ଏହି ପ୍ରସ୍ତାବ ଅନୁସାରେ ଏହି ସଂରକ୍ଷଣ ରାଜ୍ୟର ସମସ୍ତ ସରକାରୀ ଶିକ୍ଷା ଅନୁଷ୍ଠାନରେ ଯୁକ୍ତ ଦୁଇ, ସ୍ନାତକ, ଓ ସ୍ନାତକୋତ୍ତର, ମେଡିକାଲ, ଇଞ୍ଜିନିୟରିଂ, ଟେକନିକାଲ ଓ ଅନ୍ୟ ପ୍ରଫେସନାଲ ପାଠ୍ୟକ୍ରମ ପାଇଁ ଲାଗୁ ହେବ ।

 

Exit mobile version