Site icon Odisha.com

ସରକାରୀ ଜମି ସମତୁଲ କରିବାରୁ ବିପିଏଲ ହୀତାଧିକାରୀଙ୍କୁ ଜରିମାନା

ଓଡିଶା ଡଟ କମ: ପ୍ରମୋଦ ରାୟ

ଭଦ୍ରକ, ଏପ୍ରିଲ ୨୯ (ଓଡିଶା ଡଟ କମ)ନିଜ ଘର ପାଖ ସରକାରୀ ଖାଲ ଢିପ ଜମି ସମତୁଲ କରିଥିବା ଅଭିଯୋଗ କରି ସ୍ଥାନୀୟ ରାଜସ୍ଵବିଭାଗ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଭଦ୍ରକ ଜିଲ୍ଲାର ଏକ ଗାଁରେ ଜଣେ ୭୧ ବର୍ଷୀୟ ମହିଳାଙ୍କୁ ଚାଳିଶ ହଜାର ଟଙ୍କାର ଏକ ଜରିମାନା ନୋଟିସ ଦେଇଥିବା ଉକ୍ତ ମହିଳା ବୁଧବାର ଅଭିଯୋଗ କରିଛନ୍ତି ।

ଚଣ୍ଡିଗାଁ ପଞ୍ଚାୟତ କୋଡଗମ୍ଭିର ଗ୍ରାମର ବିପିଏଲ ହୀତାଧିକାରୀ ସ୍ୱର୍ଗତଃ ସୋମନାଥ ମିଶ୍ରଙ୍କ ସ୍ତ୍ରୀ ଗେହ୍ଲାମଣୀ ମିଶ୍ର ଘରବାଡିରେ ପନି ପରିବା ଚାଷ କରି ଯାହା ଦି ପଇସା ମିଳୁଥିଲା ସେତକରେ ନିଜ ପରିବାରକୁ ବହୁ ଦୁଃଖ କଷ୍ଠରେ ଚଳାଇ ଆସୁଛନ୍ତି ।

ତିନି ପୁଅ ବାହାର ରାଜ୍ୟକୁ ଗୋତି ଶ୍ରମିକ ଭାବେ ଚାଲିଯିବାପରେ ସେ ଅନ୍ୟ ଦୁଇ ପୁଅଙ୍କୁ ନେଇ ଘରବାଡିକୁ ଲାଗି ଥିବା ଖାଲଢିପ ଜମିକୁ ସମତୁଲ କରି ସେଥିରେ ପରିବା ଚାଷ କରିବା ପାଇଁ ଯୋଜନା କରିଥିଲେ, ହେଲେ ଏବେ ଏହି ଜୋରିମାନା ନୋଟିସ ତାଙ୍କୁ ଚିନ୍ତାରେ ପକାଇଛି ।

ଏହାକୁ ନେଇ ବିଭିନ୍ନ ସମୟରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ କେହି ଶୁଣିବା ପରିବର୍ତ୍ତେ ଟଙ୍କା ପଇଠ ନକଲେ ଟଙ୍କାର ଯାହା ବି ଅଛି ତାହା ନିଲାମ କରିନେବେ ବୋଲି କହି ଜଣେ ସରକାରୀ ତାଙ୍କ ଘରେ ଲାଲନୋଟିସ ଲଗାଇଦେଇଥିବା ଗେହ୍ଲାମଣୀ ଓଡିଶା ଡଟ କମ କୁ କହିଛନ୍ତି ।

ବିଭିନ୍ନ ସ୍ଥାନରେ ବଡ ବଡ ଲୋକ ସରକାରୀ ଜମି ମାଡି ବସିଥିବା ବେଳେ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଅଥଚ ନିଜର ପରିବାର ଚଳାଇବା ପାଇଁ ଜଣେ ବୃଦ୍ଧା ଖାଳ ଢିପ ଜମିକୁ ସମତଳ କରିବାରୁ ତାଙ୍କ ଉପରେ ପ୍ରଶାସନ କୋପଦ୍ରୁଷ୍ଟି ପକାଇଛି, ଜଣେ ସ୍ଥାନୀୟ ସ୍ଵେଚ୍ଛାସେବୀ କହିଛନ୍ତି ।

ସ୍ଥାନୀୟ ପ୍ରଶାସନ ଗେହ୍ଲାମଣୀଙ୍କୁ ୧୯୯୭ ମସିହାରେ ଜଣେ ବିପିଏଲ ହୀତାଧିକାରୀ ଭାବେ ପଞ୍ଜୀକୃତ କରିଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସ ୨୦ ତାରିଖରେ ତାଙ୍କୁ ମୋ କୁଡିଆ ଯୋଜନାଭୁକ୍ତ କରି, ପ୍ରଶାସନ ତାଙ୍କୁ ଏ ବାବଦକୁ ୧୫ହଜାର ଟଙ୍କା ଦେଇଥିବା କୁହାଯାଇଛି ।

ଓଡିଶା ଡଟ କମ

Exit mobile version