Site icon Odisha.com

ଓଡିଶାରୁ ଘର ଅଭିମୁଖେ ନେପାଳୀ ଛାତ୍ରଛାତ୍ରୀ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର ଏପ୍ରିଲ ୩୦(ଓଡିଶା ଡଟ କମ) ଓଡିଶା ର ଭୁବନେଶ୍ଵର ସ୍ଥିତ କିଟ ବିଶ୍ୱବିଦ୍ୟାଳୟରେ ପଢୁଥିବା ଶତାଧିକ ନେପାଳୀ ଛାତ୍ରଛାତ୍ରୀ ବୁଧବାର ନିଜ ଦେଶ ନେପାଳକୁ ଫେରିଛନ୍ତି। କେବଳ ପରୀକ୍ଷା ଚାଲୁଥିବାରୁ ସେମାନେ ନିଜ ଦେଶକୁ ଫେରି ପାରି ନଥିଲେ।

ଭୂମିକମ୍ପ ପରେ ବହୁ ଛାତ୍ରଛାତ୍ରୀ ନିଜ ପରିବାର ଲୋକଙ୍କ ସହ ସଂମ୍ପର୍କ ସ୍ଥାପନ କରିପାରିନାହାଁନ୍ତି । ଯିବା ପୂର୍ବରୁ ଛାତ୍ରୀ ସ୍ଵପ୍ନା ଗୁପ୍ତା କହିଛନ୍ତି ଯେ, ”ଭୂମିକମ୍ପରେ ସେ ତାଙ୍କ ଜେଜେମାଙ୍କୁ ହରାଇଥିବା ବେଳେ ତାଙ୍କ ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଓ ସେମାନେ ଆଶ୍ରୟ ନେଇ ଟେଣ୍ଟରେ ରହୁଛନ୍ତି। ପରିବାରଲୋକଙ୍କ ମନାକରିବା ପରେ ବି ସେ ଘରକୁ ଆତ୍ମୀୟ ସହୋଦରଙ୍କ ସହ ମିଶିବା ପାଇଁ ଯାଇଛିନ୍ତି ।

ଆଉଜଣେ ଛାତ୍ର ରଜତ ବଜ୍ରଚର୍ଯା କହିଛନ୍ତି ସେ ତାଙ୍କର କଲେଜ ପରୀକ୍ଷା ଶେଷ କରି ଘରକୁ ଆଉ ଏକ ବଡ ପରୀକ୍ଷା ଦେବା ପାଇଁ ଯାଉଛନ୍ତି । କାରଣ ସେ ହେଲେ ଘରର ବଡପୁଅ ଓ ଏପରି ଘଡି ସନ୍ଧି ମୂହୁର୍ତ୍ତରେ ତାଙ୍କ ଛଡା ପରିବାରର ଆଉ କିଏ ଅଛି ।

ଏହି ଛାତ୍ରଛାତ୍ରୀମାନେ କିପରି ସେମାନଙ୍କ ଦେଶରେ ପହଞ୍ଚିଯିବେ ସେଥିପାଇଁ ଭାରତ ସରକାର ଉଦ୍ୟମ କରିଛନ୍ତି ଏବଂ କିଟ ପକ୍ଷରୁ ପିଲାମାନଙ୍କୁ ନେଇ ଷ୍ଟେସନରେ ଛାଡିଦେବାର ସୁବିଧା କରଯାଇଥିଲା । କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନେପାଳ ଭୂକମ୍ପ ପୀଡିତଙ୍କୁ ଦଶଲକ୍ଷ ଟଙ୍କା ସାହାଯ୍ୟ ଦେଇଥିବା ବେଳେ ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା ଛାତ୍ର ଓ ଛାତ୍ରୀ ଓ ତାଙ୍କ ପରିବାରର ଶୁଭ କାମନା କରିଛନ୍ତି ।

ଓଡିଶା ଡଟ କମ

Exit mobile version