ଭୁବନେଶ୍ଵର, ଏପ୍ରିଲ ୩୦ (ଓଡିଶା ଡଟ କମ) ଭୂକମ୍ପ ପ୍ରଭାବିତ ନେପାଳରେ ରହୁଥିବା ଅଥବା ସେଠାକୁ ବୁଲିବାକୁ ଯାଇଥିବା ଓଡିଶାର ପ୍ରାୟ ସମସ୍ତ ୪୪୫ ଜଣ ବ୍ୟକ୍ତି ସୁରକ୍ଷିତ ଥିବାର ସୂଚନା ମିଳିଥିବା ସ୍ଵତନ୍ତ୍ର ରାଜସ୍ଵ କମିଶନର ପ୍ରଦୀପ୍ତ ମହାପାତ୍ର ଗୁରୁବାର ସୂଚନା ଦେଇଛନ୍ତି ।
ସେମାନଙ୍କ ମଧ୍ୟରୁ ୩୦ ଜଣ ଦେଶକୁ ଅଥବା ରାଜ୍ୟକୁ ଫେରିଆସିଥିବା ସେ କହିଛନ୍ତି । କାଠମାଣ୍ଡୁ ବିମାନବନ୍ଦର ରେ ବ୍ୟାପକ ଭିଡ ଥିବାରୁ କେତେକ ବ୍ୟକ୍ତି ସଡକ ମାର୍ଗରେ ପ୍ରତ୍ୟାବର୍ତନ କରିଥିବା ସେ କହିଛନ୍ତି ।
କେନ୍ଦ୍ରାପଡାରୁ ସର୍ବାଧିକ ୩୭୬ ଜଣ ନେପାଳରେ ଭୂମିକମ୍ପ ସମୟରେ ଥିବା ସୂଚନା ମିଳିଥିବା ବେଳେ, ବଲାଙ୍ଗିର, ଖୋର୍ଦ୍ଧା, କେନ୍ଦୁଝର, ନବରଙ୍ଗପୁର ଓ ଅନ୍ୟାନ୍ୟ ଜିଲ୍ଲାରୁ ଯଥାକ୍ରମେ ୩, ୯, ୪୮, ୧, ଓ ୮ ଜଣ ଥିବା ସୂଚନା ମିଳିଛି ।
ଏହା ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ୧୮ ଜଣ, ବଲାଙ୍ଗିରର ୮, ନବରଙ୍ଗପୁରର ୧, ଏବଂ ଅନ୍ୟ ଜିଲ୍ଲାର ଆଠ ଜଣ ପ୍ରତ୍ୟାବର୍ତ୍ତନ କରିଥିବା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ସୂଚନା ଦେଇଥିବା ସେ କହିଛନ୍ତି ।
Leave a Reply