Site icon Odisha.com

ରାଜ୍ୟକୁ ଶିଶୁଶ୍ରମିକ ମୁକ୍ତ କରିବା ପାଇଁ ଆହ୍ଵାନ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର ଏପ୍ରିଲ ୩୦(ଓଡିଶା ଡଟ କମ) ପିପୁଲସ କଲଚରାଲ ସେଣ୍ଟର (ପିକକ) ଓ ରୋଟାରୀ କ୍ଲବ ଅଫ ହେରିଟେଜ ଭୁବନେଶ୍ଵର ପକ୍ଷରୁ ଗୁରୁବାର ଜାତୀୟ ଶିଶୁଶ୍ରମ ବିରୋଧୀ ଦିବସ କାରଗିଲ ବସ୍ତି ଠାରେ ପାଳନ କରାଯାଇ ରାଜ୍ୟକୁ ଶିଶୁଶ୍ରମିକ ମୁକ୍ତ କରିବା ପାଇଁ ଆହ୍ଵାନ ଦିଆଯାଇଛି ।

ଏଥିରେ ପିକକ ତରଫରୁ ପିଲାମାନଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରାଯିବା ସହ ଏହାର ସମ୍ପାଦକ ରଞ୍ଜନ ମହାନ୍ତି ନିଜ ଅଭିଭାଷଣରେ ସମସ୍ତ ପିଲା ବିଦ୍ୟାଳୟକୁ ଯିବା ଉପରେ ଗୁରୁତ୍ୱାରୋପ କରିବା ସହ ଅଭିଭାବକ ମାନେ ଶିକ୍ଷା ଅଧିକାର ଆଇନର ସୁଯୋଗ ନେବା ତଥା ଶିଶୁ ଶ୍ରମିକ ଭଳି ଘୃଣ୍ୟ ପ୍ରଥାକୁ ସମାଜରୁ ବିଲୋପ କରିବା ପାଇଁ ମତ ରଖିଥିଲେ ।

କାରଗିଲ ବସ୍ତି ଉନ୍ନୟନ ମହାସଂଘର ସଭାପତି ଶ୍ରୀ ରବିନାରାୟଣ ଦାସ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରି ବସ୍ତିକୁ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।

ପିକକ୍ ର କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଯୋଗଦେଇ ସରକାରଙ୍କର ଶିଶୁ ଶ୍ରମିକ ପ୍ରଥାକୁ ବନ୍ଦ କରିବା ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ । ପିକକର ଜ୍ୟୋତି ମହାପାତ୍ର, ଜ୍ୟୋତି ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଓଡିଶା ଡଟ କମ

Exit mobile version