Site icon Odisha.com

ଟିଟିଲାଗଡ ସମେତ ପାଞ୍ଚୋଟି ସହରରେ ପାରଦ ୪୦ ଡିଗ୍ରୀରୁ ଉପରେ

ଭୁବନେଶ୍ଵର, ମେ ୧ (ଓଡିଶା ଡଟ କମ) ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଟିଟିଲାଗଡ ସମେତ ରାଜ୍ୟର ପାଞ୍ଚୋଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ଼ କରାଯାଇଥିବା ପାଣିପାଗ ବିଭାଗ କହିଛି ।

ଟିଟିଲାଗଡ, ଭବାନୀପାଟଣା, ଝାରସୁଗୁଡା, ଓ ବଲାଙ୍ଗିରରେ ସର୍ବୋଚ୍ଛ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ, ଅନୁଗୁଳରେ ଏହା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବିଭାଗ କହିଛି । ରାଜ୍ୟ ରାଜଧାନୀ ଭୁବନେଶ୍ଵର ଓ କଟକରେ ସର୍ବୋଛ ତାପମାତ୍ରା ଯଥାକ୍ରମେ ୩୮.୬ ଓ ୩୭ ଡିଗ୍ରୀ ରହିଥିଲା ।

ଦକ୍ଷିଣ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ଘଡ ଘଡି ସହ ସାମାନ୍ୟ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବା ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ଓଡିଶା ଡଟ କମ

Exit mobile version