Site icon Odisha.com

ଛାତ୍ରଙ୍କୁ ଯୌନ ଉତ୍ପୀଡନ ଦେବା ଅଭିଯୋଗରେ ଓୟୁଏଟି ପ୍ରଫେସର ନିଲମ୍ବିତ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧ (ଓଡିଶା ଡଟ କମ) କେତେକ ଛାତ୍ରଙ୍କୁ ଯୌନ ଉତ୍ପୀଡନ ଦେଇଥିବା ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟର (ଓୟୁଏଟି) ଜଣେ ସହ ପ୍ରାଧ୍ୟାପକଙ୍କୁ କତ୍ତୃପକ୍ଷ ଶୁକ୍ରବାର ନିଲମ୍ବିତ କରିଛନ୍ତି।

ସେଠାରେ ପଢୁଥିବା ସାତ ଜଣ ଛାତ୍ର ତାଙ୍କ ଉପରେ ଯୌନ ଉତ୍ପୀଡନ ହୋଇଥିବା ଗତ ମାସ ଆଠ ତାରିଖରେ ଅଭିଯୋଗ କଲା ପରେ ବିଶ୍ୱବିଦ୍ୟାଳୟ ଏହାର ତଦନ୍ତ ପାଇଁ ଏକ କମିଟି ନିଯୁକ୍ତି କରିଥିଲା । କମିଟିର ରିପୋର୍ଟ ଆଧାରରେ ରସାୟନ ବିଦ୍ୟା ବିଭାଗର ସହ ପ୍ରାଧ୍ୟାପକ ପ୍ରଦୀପ ଜେନାଙ୍କୁ ନିଲମ୍ବିତ କରା ଯାଇଥିବା, ବିଶ୍ଵବିଦ୍ୟାଳୟର ଜଣେ ମୁଖପାତ୍ର କହିଛନ୍ତି ।

ଯଦିଓ ସହ ପ୍ରାଧ୍ୟାପକଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ଦେବା ନେଇ କୌଣସି ପ୍ରମାଣ ମିଳିନାହିଁ, ତେବେ ସେ ପରୀକ୍ଷା ସମୟରେ କପି କରିବାକୁ ସୁଯୋଗ ଦେବା ଓ କିଛି ଛାତ୍ରଙ୍କୁ ବାଡେଇବା ସପକ୍ଷରେ ଆପାତତଃ ପ୍ରମାଣ ମିଳିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଯୌନ ଉତ୍ପୀଡନର ତଦନ୍ତ ପାଇଁ ପୁଲିସକୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି ।

ଓଡିଶା ଡଟ କମ

Exit mobile version