ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ମଇ ୨ (ଓଡିଶା ଡଟ କମ)ଓଡିଶାର ବିଭିନ୍ନ ଅଞ୍ଚଳରେ ଶନିବାର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଝାରସୁଗୁଡାରେ ସର୍ବାଧିକ ୪୧.୫ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଥିବା ପାଣିପାଗ ଅଫିସ କହିଛି ।
ବଲାଙ୍ଗିର ଓ ଭବାନୀପାଟଣାରେ ଯଥାକ୍ରମେ ୪୦. ୮ ଓ ୪୦.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପଶ୍ଚିମ ଓଡିଶାର ବହୁ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୩୭ ରୁ ୩୮ ଡିଗ୍ରୀ ମଧ୍ୟରେ ରହିଥିଲା ।
ତେବେ ଉପକୂଳ ଅଞ୍ଚଳର ପୁରୀ, ଗୋପାଳପୁର, ପାରାଦୀପ ଆଦି ସ୍ଥାନ ଗ୍ରୀଷ୍ମ ପ୍ରବାହରୁ ଅପେକ୍ଷା କୃତ ସାମାନନ୍ୟ ମୁକ୍ତ ରହିଥିଲା ।ଏହି ସ୍ଥାନମାନଙ୍କରେ ରେକର୍ଡ କରାଯାଇଥିବା ତାପମାତ୍ରା ହେଲା ପୁରୀ ୩୩.୮ ଡିଗ୍ରୀ, ଗୋପାଳପୁର ୩୧.୮ ଡିଗ୍ରୀ, ଓ ପାରାଦୀପ ୩୧.୯ ଡିଗ୍ରୀ ।
ଭୁବନେଶ୍ଵର ଓ କଟକରେ ରେକର୍ଡ କରାଯାଇଥିବା ସର୍ବାଧିକ ତାପମାତ୍ରା ହେଲା ଯଥାକ୍ରମେ ୩୭.୨ ଓ ୩୫.୬ ଡିଗ୍ରୀ । ଉପକୂଳ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ରବିବାର ସାମାନ୍ୟ ବର୍ଷା କିମ୍ବା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ,ଆକାଶ ମେଘାଛନ୍ନ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଉପକୂଳବର୍ତ୍ତୀ କେତେକ ଅଞ୍ଚଳରେ ଝାଞ୍ଜି ଓ ବତାସ ପବନ ବହିବାର ସମ୍ଭାବନା ଅଛି । ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ମାଛ ମାରି ନ ଯିବାକୁ ସତର୍କ କରାଇ ଦିଆ ଯାଇଛି ।
ଓଡିଶା ଡଟ କମ
Leave a Reply