Site icon Odisha.com

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଆଦିମ ବିଚାର’କୁ ଜାତୀୟ ପୁରସ୍କାର

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ, ମଇ ୪ (ଓଡିଶା ଡଟ କମ), ଆଦିବାସୀଙ୍କ ସରଳ ଜୀବନକୁ ନେଇ ପ୍ରଯୋଜକ ସୁଶାନ୍ତ କୁମାର ମହାପାତ୍ରଙ୍କ ନିର୍ମିତ ଓ ସବ୍ୟସାଚୀ ମହାପାତ୍ର ଙ୍କ ନିର୍ଦ୍ଦେଶିତ ”ଆଦିମ ବିଚାର” ଚଳଚ୍ଚିତ୍ରକୁ ରବିବାର ନୂଆ ଦିଲ୍ଲୀରେ ଶ୍ରେଷ୍ଠ ଓଡିଆ ଚଳଚିତ୍ର ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି ।

ବିଜ୍ଞାନ ଭବନରେ ଅନୁଷ୍ଠିତ ୬୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ୨୦୧୪ ର ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ମାଣ କରିଥିବା ବ୍ୟକ୍ତିମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଠାରୁ ପୁରସ୍କାର ସ୍ୱରୂପ ଆଦିମ ବିଚାରର ଉଭୟ ପ୍ରଯୋଜକ ଓ ନିର୍ଦ୍ଦେଶକ ଏକ ଲକ୍ଷ ଟଙ୍କା ଲେଖାଏ ଅର୍ଥ ରାଶି, ମାନପତ୍ର ଓ ରଜତ କମଳ ଟ୍ରଫି ଗ୍ରହଣ କରିଥିଲେ ।

”ଆଦିମ ବିଚାର” କୁ ଶ୍ରେଷ୍ଠ କଳାତ୍ମକ ଓଡିଆ ଫିଚର ଫିଲ୍ମ ଭାବେ ସ୍ଵତନ୍ତ୍ର ବିଚାରକ ମଣ୍ଡଳୀ ମାର୍ଚ ୨୪ ତାରିଖରେ ପୁରସ୍କାର ପାଇଁ ଘୋଷଣା କରିଥିଲେ ।ଏହି ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇବା ପୂର୍ବରୁ ବହୁ ଆନ୍ତର୍ଜାତୀୟ ସମାରୋହରେ ମଧ୍ୟ ପୁରସ୍କୃତ ହୋଇଛି ।

ଓଡିଶା ଡଟ କମ

Exit mobile version