Site icon Odisha.com

ଜଣ୍ଡିସ କବଳରେ ବଲାଙ୍ଗିର, ୩୭ ରୋଗୀ ଚିହ୍ନଟ

ଓଡିଶା ଡଟ କମ ସଂବାଦ ଦାତା

ବଲାଙ୍ଗିର, ମଇ ୫ (ଓଡିଶା ଡଟ କମ) ବଲାଙ୍ଗିର ସହରରେ ଜଣ୍ଡିସ ବା କାମଳ ରୋଗରେ ଏକ ସପ୍ତାହ ମଧ୍ୟରେ ୩୭ ଜଣ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ଡାକ୍ତର ରବି ତ୍ରିପାଠୀ ମଙ୍ଗଳବାର କହିଛନ୍ତି ।

ସେମାନଙ୍କ ମଧ୍ୟରୁ ଚାରିଜଣ ସରକାରୀ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟମାନେ ନିଜ ଘରେ ରହି ଚିକିତ୍ସିତ ହେଉଥିବା, ସେ ଓଡିଶା ଡଟ କମକୁ କହିଛନ୍ତି । ସବୁ ରୋଗୀଙ୍କ ଅବସ୍ଥାରେ ଉନ୍ନତି ଘଟି ଥିବା ଓ ସମସ୍ତେ ବିପଦ ମୁକ୍ତ ଥିବା ସେ କହିଛନ୍ତି । ମୁଖ୍ୟତଃ ଦୂଷିତ ପାଣି ସେବନ ଯୋଗୁଁ ଜଣ୍ଡିସ ଦ୍ଵାରା ଲୋକେ ଆକ୍ରାନ୍ତ ହୋଇଥିବା ସେ କହିଛନ୍ତି ।

ପାଣି ପାଇପ ଫାଟି ନାଳ ପାଣି ସହ ମିଶି ରୋଗ ସଂକ୍ରମଣ ହେଇଥିବା ଆଶଙ୍କା କରାଯାଉଛି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରି ପାଇପ ପାଣି ସଂଗ୍ରହକରି ପରୀକ୍ଷା ପାଇଁ ପଠାଇଛନ୍ତି ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ତାଙ୍କ ପାଖରେ ଥିବା ସୂଚନା ଅନୁସାରେ ବଲାଙ୍ଗିରରେ ଦୂଷିତ ପାଣି ପିଇ ଶହ ଶହ ଲୋକ ଜଣ୍ଡିସ ରେ ଆକ୍ରାନ୍ତ ହୋଇଥିବା ବେଳେ ହଜାର ହଜାର ଲୋକ ଆକ୍ରାନ୍ତ ହେବ ପରିସ୍ଥିତି ସୃଷ୍ଟି ହୋଇଛି ।

ଯଦି ଠିକ ସମୟରେ ପଦକ୍ଷେପ ନିଆ ନ ଯାଏ ପରିସ୍ଥିତି ଭଯାବହ ହୋଇପାରେ ।

ଓଡିଶା ଡଟ କମ

Exit mobile version