ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ୱର, ମଇ ୫ (ଓଡିଶା ଡଟ କମ) କ୍ଷୁଦ୍ର ବ୍ୟବସାୟୀଙ୍କୁ ଡୋମେନ ବୁକିଂ, ୱେବ ହୋଷ୍ଟିଙ୍ଗ ଆଦି ସୂଚନା ପ୍ରଯୁକ୍ତି ସେବା ପ୍ରଦାନ କରୁଥିବା ବିଶ୍ୱର ଅଗ୍ରଣୀ କମ୍ପାନୀ ଗୋଡାଡି ଭୁବନେଶ୍ବର ସ୍ଥିତ ସୁର୍ଯ୍ୟନନ୍ଦନ ଡଟ ନେଟକୁ ଦେଶର ଅଗ୍ରଣୀ ୱେବ୍ ହୋଷ୍ଟିଂ ଚ୍ୟାନେଲ ପାର୍ଟନର ମାନ୍ୟତା ଦେଇଥିବା, ସୁର୍ଯ୍ୟନନ୍ଦନ ଡଟ ନେଟର ପ୍ରତିଷ୍ଠତା ପ୍ରଶାନ୍ତ ସାହୁ ମଙ୍ଗଳବାର କହିଛନ୍ତି ।
ଗୋଡାଡି ସୁର୍ଯ୍ୟନନ୍ଦନକୁ ଅଗ୍ରଣୀ ଚ୍ୟାନେଲ ପାର୍ଟନରର ମାନ୍ୟତା ଦେଇଥିବାରୁ ଏଥର ଗ୍ରାହକ ମାନେ ସୁର୍ଯ୍ୟନନ୍ଦନ ଜରିଆରେ ଗୋ ଡାଡିର ସମସ୍ତ ସେବା ସିଧାସଳଖ ପାଇପାରିବେ ବୋଲି ସେ କହିଛନ୍ତି ।
ଏହି ଅବସରରେ ଗୋଡାଡି ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ତଥା ଉପସଭାପତି ରାଜୀବ୍ ସୋଧୀ କହିଛନ୍ତି, ଭାରତ ବଜାର ଆମ ପାଇଁ ଡୁ-ଇଟ-ଫର-ମି ବଜାର ଅଟେ ।
“ଆମର ଚ୍ୟାନେଲ୍ ପାର୍ଟନର ମାନେ ଆମର ଉତ୍ପାଦକୁ ସାଧାରଣ ବ୍ୟବସାୟୀଙ୍କୁ ପହଞ୍ଚାଇବାରେ ସହାୟକ ହେଉଛନ୍ତି । ଆମେ ଛୋଟ ବ୍ୟବସାୟକୁ ସଫଳ କରିବା ପାଇଁ ସେମାନଙ୍କ ସହିତ ମିଳିତ ହୋଇ କାର୍ଯ୍ୟ କରିବା ସହିତ ବିଭିନ୍ନ ଟୁଲ୍ ପ୍ରଦାନ କରୁଛୁ”, ସେ କହିଛନ୍ତି ।
ଓଡିଶା ଡଟ କମ