Site icon Odisha.com

ଦିଲ୍ଲୀରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ରର ଆୟୋଜନ

ଓଡିଶା ଡଟ କମ ସଂବାଦ ଦାତା

ନୂଆ ଦିଲ୍ଲୀ, ମଇ ୬ (ଓଡିଶା ଡଟ କମ ) ନୂଆ ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ପଞ୍ଚ ଦିବସୀୟ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ମଇ ୧୧ ରେ ଆରମ୍ଭ ହେବ ।
କାର୍ଯ୍ୟକ୍ରମର ଆବାହକ ନିର୍ମଳ ଚନ୍ଦ୍ର ଧଳ ଓ ତ୍ୟାଗରାଜ ନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ସାଧାରଣ ସମ୍ପାଦକ କାମଦେବ ବିଶ୍ଵାଳ ଜଣାଇ ଛନ୍ତି ଯେ ମଇ ପନ୍ଦର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କରେ ଆଲୋଚନା କରାଯିବ ।

ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ହେଉଛି ବେଦବ୍ୟାସଙ୍କ କୃତ ଅଷ୍ଟାଦଶ ପୁରାଣ ମଧ୍ୟରେ ଥିବା ସ୍କନ୍ଧ ପୁରାଣ ଅନ୍ତର୍ଗତ ବୈଷ୍ଣବ ଖଣ୍ଡରେ ଥିବା ଉତ୍କଳ ଖଣ୍ଡରେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ।

ଯେଉଁଥିରେ ପାଞ୍ଚଟି ଜ୍ଞାନ ଯଥା ଶ୍ରୀ ଜଗନ୍ନାଥଙ୍କ ସ୍ୱରୂପ ଜ୍ଞାନ, ମହିମା ଜ୍ଞାନ, ରୂପ ଜ୍ଞାନ, କ୍ଷେତ୍ରର ମାହାତ୍ମ୍ୟ ଜ୍ଞାନ ଏବଂ ଲୀଳା ସମ୍ପର୍କରେ ଆଲୋଚନା କରାଯିବ । ଏଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ତୃଷ୍ଟି, ଶ୍ରୀ ଜଗନ୍ନାଥ କ୍ଷେତ୍ରର ବିବରଣ ଏବଂ ଦାରୁ ଶରୀରରେ ମାନବୀୟ ଲୀଳାର ରହସ୍ୟ ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରାଯିବ ।

ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟ ସିଂହ ଦେବ ଙ୍କ ପ୍ରେରଣା ଓ ପରମ ପୂଜ୍ୟ ଶଙ୍କରଚାର୍ଜ୍ୟ ସ୍ଵାମୀ ନିଶ୍ଚିଳାନନ୍ଦ ସରସ୍ଵତୀଙ୍କ ଦିବ୍ୟ ପ୍ରେରଣା ଓ ଶ୍ରୀମନ୍ଦିର ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ଅନୁମୋଦନ କ୍ରମେ ବିଶ୍ୱବ୍ୟାପି ଶ୍ରୀ ଜଗନ୍ନାଥଙ୍କ କଥାମୃତକୁ ପୁରାଣ ଆଧାରରେ ଶାସ୍ତ୍ରୀୟ ଢଙ୍ଗରେ ପ୍ରଚାର ପ୍ରସାର କରିବା ପାଇଁ ଏହା କରା ଯାଉଛି ।

ଉକ୍ତ କାର୍ଯ୍ୟକ୍ରମରେ ସଦ ଗୁରୁ ବାବା ଶ୍ରୀ ଶ୍ରୀ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ପ୍ରିୟା ଶିଷ୍ୟ ବାବା ଶ୍ରୀ ସତ୍ୟନାଣ୍ଡ ଦାସ ମହାରାଜ ପ୍ରବଚନ ପ୍ରଦାନ କରି ପ୍ରତ୍ୟେହ ସକଳ ଓ ସନ୍ଧ୍ୟା ସାତ ଘଟିକା ସମୟରେ ପ୍ରବଚନ ଜ୍ଞାନ ଯଜ୍ଞର କାର୍ଯ୍ୟ କ୍ରମର ନିର୍ଦ୍ଧାରଣ କରାଯାଇଛି । ସମସ୍ତ ଧର୍ମ ପରାୟଣ ବ୍ୟକ୍ତି ମାନଙ୍କୁ ଜ୍ଞାନ ଯଜ୍ଞ ସହିତ ଆରତି, ପୁଷ୍ପାଞ୍ଜଳି ଏବଂ ସେବାରଚନରେ ଯୋଗଦେବା ପାଇଁ ସେମାନେ ନିବେଦନ କରିଛନ୍ତି ।

ନିର୍ମଲ ଚନ୍ଦ୍ର ଧଳ ଓ ଶ୍ରୀ ଜଗନ୍ନାଥ ମନ୍ଦିର ତ୍ୟାଗରାଜ ନଗର ସହ ଯୋଗାଯୋଗ କରିବା ଫୋନ ନମ୍ବର ହେଲା ଯଥାକ୍ରମେ 9818209187 ଓ 011- 24626966

ଓଡିଶା ଡଟ କମ

Exit mobile version