Site icon Odisha.com

ନବକଳେବର ଉପରେ ସୁଦର୍ଶନଙ୍କ ଆନିମେସନ ଫିଲ୍ମ ଉନ୍ମୋଚିତ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୭ (ଓଡିଶା ଡଟ କମ) ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ନବକଳେବର ଉପରେ ନିର୍ମିତ ବାଲୁକା କଳା ଆନିମେସନ ଫିଲ୍ମ ଗୁରୁବାର ଉନ୍ମୋଚିତ ହୋଇଛି ।

ନବ କଳେବର ସମୟରେ ପାଳନ ହେଉଥିବା ବିଭିନ୍ନ ପରମ୍ପରାକୁ ନିଖୁଣ ଭାବେ ପ୍ରଦର୍ଶିତ କରୁଥିବା ଏହି ଆନିମେସନ ଫିଲ୍ମକୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଲୋକାର୍ପଣ କରା ଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା , ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ବରିଷ୍ଠ ପ୍ରଶାସକ ଉପେନ୍ଦ୍ର ନାଥ ବେହେରା , ଆଦିତ୍ୟ ପାଢୀ ଓ ଅରବିନ୍ଦ ପାଢୀ ପ୍ରମୁଖ ଯୋଗ ଦେଇଥିଲେ ।

ଓଡିଶା ଡଟ କମ

Exit mobile version