Site icon Odisha.com

ଏକାଧିକ ଜମି, ଘର ପାଇଥିବା ବ୍ୟକ୍ତିଙ୍କୁ କାରଣ ଦର୍ଶାଅ ନୋଟିସ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୮ (ଓଡିଶା ଡଟ କମ) ମିଥ୍ୟା ସତ୍ୟପାଠ ଦେଇ ଇଚ୍ଛାଧୀନ କୋଟାରେ କଟକ ଓ ଭୁବନେଶ୍ଵରରେ ଏକାଧିକ ଜମି ଓ ଘର ନେଇଥିବା ବ୍ୟକ୍ତିଙ୍କୁ ଖୁବ ଶୀଘ୍ର ସରକାର କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି ସାଧାରଣ ପ୍ରଶାସନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର କହିଛନ୍ତି ।

ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ ପକ୍ଷ ରଖିବା ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । ଯିଏ ମିଥ୍ୟା ତଥ୍ୟ ଦେଇ ଏକାଧିକ ଜମି ଓ ଘର ନେଇଥିବ ତାହା ପ୍ରମାଣିତ ହେଲେ ତାଙ୍କ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

କଟକ ଉନ୍ନୟନ କର୍ତ୍ତ୍ବପକ୍ଷ, ଭୁବନେଶ୍ଵର ଉନ୍ନୟନ କତ୍ତୃପକ୍ଷ, ଓ ରାଜ୍ୟ ଗୃହ ନିର୍ମାଣ ବୋର୍ଡରୁ ବହୁ ପ୍ରଭାବଶାଳୀ ଲୋକ ଏକାଧିକ ଘର ଓ ଜମି ଓ ଘର ନେଇଥିବା ସିଏଜି ତାର ରିପୋର୍ଟରେ ଦର୍ଶାଇବା ପରେ ସରକାର ୧୯୯୫ ଜାନୁୟାରୀ ପହିଲାରୁ ଇଚ୍ଛାଧୀନ କୋଟାରେ ଆବଣ୍ଟିତ ସବୁ ଘର ଓ ଜମି ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ତାରା ଦତ୍ତଙ୍କ ଅଧ୍ୟକ୍ଷତାରେ ଏହାର ଯାଞ୍ଚ କରିବାକୁ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ ।

ଟାସ୍କଫୋର୍ସ ରିପୋର୍ଟ ଆଧାରରେ ସରକାର ଏହି ମାମଲାର ଭିଜିଲାନସ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ମୋହର ମାରିଥିଲେ ।

ଓଡିଶା ଡଟ କମ

Exit mobile version