Site icon Odisha.com

ପାଞ୍ଚୋଟି ନୂଆ ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଓଡିଶା ଡଟ କମ ସଂବାଦ ଦାତା

ନୂଆ ଦିଲ୍ଲୀ, ମଇ ୮ (ଓଡିଶା ଡଟ କମ) ରାଜ୍ୟରେ ପାଞ୍ଚୋଟି ନୂଆ ମେଡିକାଲ କଲେଜ ସ୍ଥାପନ ପାଇଁ ମଞ୍ଜୁରୀ ଦେବା ସହ ଆବଶ୍ୟକୀୟ ଆର୍ଥିକ ଅନୁଦାନ ପ୍ରଦାନ କରିବାପାଇଁ ମୁଖ୍ୟମନ୍ତ୍ରୀ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

ନୂଆ ଦିଲ୍ଲୀ ଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ସାକ୍ଷାତ କରି ସେ କୋରାପୁଟ, ବଲାଙ୍ଗିର, ପୁରୀ, ବାଲେଶ୍ଵର, ଓ ବାରିପଦା ଠାରେ ସମୁଦାୟ ୨୪୫୦.୯୦ କୋଟି ଟଙ୍କା ବ୍ୟୟରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଅନୁମତି ଦେବା ପାଇଁ ଅନୁରୋଧ କରିଛନ୍ତି ।

ଏ ସଂକ୍ରାନ୍ତରେ ରାଜ୍ୟସରକାର ଏକ ସଂଶୋଧିତ ପ୍ରକଳ୍ପ ରିପୋର୍ଟ ଦାଖଲ କରିଥିବା ସେ କହିଥିଲେ ।

କଟକ ଠାରେ ଦେଶର ପୂର୍ବାଞ୍ଚଳ ପାଇଁ ବାଙ୍ଗାଲୋରରେ ଥିବା ନିମହାନସ ଢାଞ୍ଚ। ରେ ମେନଟାଲ ହେଲଥ ଓ ନ୍ୟୁରୋ ସାଇନସର ଏକ ସୁପର ସ୍ପେସାଲିଟି ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା କରିବାର ଆବଶ୍ୟକତା ଦର୍ଶାଇ ସେ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଛନ୍ତି ।

ରାଜ୍ୟ ସରକାର ଏଥିପାଇଁ କଟକ ଜିଲ୍ଲାର ବାରଙ୍ଗ ତହସିଲ ଅନ୍ତର୍ଗତ ରାମଦାସପୁର ଠାରେ ଆବଶ୍ୟକ ଥିବା ୧୮.୩୩ ଏକର ଜମି ଚିହ୍ନଟ କରିଥିବା ତାଙ୍କୁ କହିଥିଲେ ।

ଓଡିଶା ଡଟ କମ

Exit mobile version