ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ମଇ ୮ (ଓଡିଶା ଡଟ କମ) ପୂର୍ବ ଭାରତର ୨୦୧୧ ଜନଗଣନା ନଥିପତ୍ର ତଥା ଏ ସମ୍ପର୍କୀୟ ଅନ୍ୟାନ୍ୟ ରେକର୍ଡ ସବୁ ସଂରକ୍ଷିତ ରଖିବା ପାଇଁ ପ୍ରାୟ ତେର କୋଟି ଟଙ୍କା ବ୍ୟୟରେ ଭୁବନେଶ୍ଵରରେ ରେକର୍ଡ ଚାରିମାସ ଭିତରେ ଏକ ଅତ୍ୟାନୁଧିକ ଗୋଦାମ ଘରର ନିର୍ମାଣ ସମ୍ପର୍ଣ୍ଣ ହୋଇଛି ।
ସହୀଦ ନଗରରେ ନିର୍ମାଣ ହୋଇଥିବା ଏହି କୋଠା ହେଉଛି ଜଣ ଗଣନା ସଂକ୍ରାନ୍ତୀୟ ନଥିପତ୍ର ସଂରକ୍ଷଣ କରିବା ପାଇଁ ନିର୍ମିତ ହୋଇଥିବା ଦେଶର ପ୍ରଥମ ଗୋଦାମ ଘର ।
ନିଆଁ, ଭୂକମ୍ପ, ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗର ଝଡ ତୋଫାନ ଆଦି ପ୍ରାକୃତିକ ଦୈବୀପାକ ପ୍ରତିରୋଧ କ୍ଷମତା ରଖିଥିବା ଏହି ଗୋଦାମ ଘରରେ ଅତ୍ୟାଧୁନିକ ବାରକୋଡିଂ ଓ ସ୍କାନର ବ୍ୟବସ୍ଥା ରହିଥିବା, ରାଜ୍ୟ ଜନଗଣନା ମୁଖ୍ୟ ବିଷ୍ଣୁପଦ ସେଠୀ କହିଛନ୍ତି ।
ଏହି ଗୋଦାମ ଘରରେ ଚାରିଟି ନିଷ୍କାସନ ଦ୍ଵାର, ଦୁଇଟି ରୋଲିଂ ସଟର ଓ ଦୁଇଟି ଅଗ୍ନି ନିରୋଧକ ଦ୍ଵାର ରହିଛି । ମୂଷା, ଝିଟିପିଟି ଆଦିଙ୍କଠାରୁ ନଥିପତ୍ର ରକ୍ଷାକରିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ପରିବେଶ ଅନୁକୂଳ ଓ ସବୁଦୃଷ୍ଟିରୁ ସୁରକ୍ଷିତ ଏହା ହେଉଛି ଭୁବନେଶ୍ଵରର ପ୍ରଥମ ଗୋଦାମ ଘର ।
ଓଡିଶା ଡଟ କମ
Leave a Reply