Site icon Odisha.com

ଝାରସୁଗୁଡାରେ ସର୍ବାଧିକ ଦିନ ତାପମାତ୍ରା ୪୩.୪ଡିଗ୍ରୀ

ଭୁବନେଶ୍ଵର, ମଇ ୮ (ଓଡିଶା ଡଟ କମ ) ବିଭିନ୍ନ ସ୍ଥାନରେ ଶୁକ୍ରବାର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପଶ୍ଚିମ ଓଡିଶାର ଝାରସୁଗୁଡା ସହରରେ ରାଜ୍ୟର ସର୍ବାଧିକ ୪୩.୪ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ କହିଛି ।

୪୨.୯ ଡିଗ୍ରୀ ରେକର୍ଡ ହୋଇଥିବା ହୀରାକୁଦ ସହର ରାଜ୍ୟର ଦ୍ଵିତୀୟ ଉତ୍ତପ୍ତ ସ୍ଥାନ ରହିଥିବ ବେଳେ ତାହା ତଳକୁ ତାଳଚେର ସହର ରହିଛି । ସେଠାରେ ଦିନର ସର୍ବୋଚ୍ଛ ତାପମାତ୍ରା ୪୨.୮ ଡିଗ୍ରୀ ରହିଥିଲା

ଚାଳିଶ ଓ ବୟାଲିଶ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ କରାଯାଇଥିବା ଅନ୍ୟ ସହର ଗୁଡିକ ହେଲା ସମ୍ବଲପୁର, ସୁନ୍ଦରଗଡ, ଭବାନୀପାଟଣା, ବଲାଙ୍ଗିର, ଟିଟିଲାଗଡ ଏବଂ ଅନୁଗୁଳ ।

ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ସାମାନ୍ୟ ବର୍ଷା କିମ୍ବା ଘଡ ଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ଭୁବନେଶ୍ଵର ଏବଂ ଆଖ ପାଖରେ ପାଗ ସାମାନ୍ୟ ମେଘୁଆ ରହିବାର ସମ୍ଭାବନା ଥିବା ବେଳେ ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ରହିବାର ସମ୍ଭାବନା ଥିବା ଅନୁମାନ କରାଯାଇଛି ।

ଓଡିଶା ଡଟ କମ

Exit mobile version