Site icon Odisha.com

ମଇ ୧୭ରେ ବାଙ୍ଗାଲୋରରେ ମଧୁଲିତା ମହାପାତ୍ରଙ୍କ ଓଡିଶୀ

ଓଡିଶା ଡଟ କମ ସଂବାଦ ଦାତା

ବାଙ୍ଗାଲୋର, ମଇ ୯ (ଓଡିଶା ଡଟ କମ) ବାଙ୍ଗାଲୋରରେ ଜଣାଶୁଣା ଓଡିଶୀ ନୃତ୍ୟ ଅନୁଷ୍ଠାନ ନୃତ୍ୟାନ୍ତର ଦ୍ଵାରା ମଇ ୧୭ ରବିବାର ସନ୍ଧ୍ୟାରେ ହେବାକୁ ଯାଉଥିବା ଶ୍ରୀ ଜୟଦେବ ରଚୟିତ ଗୀତ ଗୋବିନ୍ଦ ଉପରେ ସ୍ଵତନ୍ତ୍ର ନୃତ୍ୟ କାର୍ଯ୍ୟକ୍ରମ ‘କାବ୍ୟରସ’ରେ ଓଡିଆ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ରଙ୍କ ସମେତ ଅନ୍ୟ କଳାକାର ଭାଗନେବେ ।

୧୪ କ୍ରଶ ମାଲେଶ୍ଵରମ ଠାରେ ଥିବା ସହରର ସେବା ସଦନ ଅଡିଟୋରିଅମରେ ଏହି ବିଶେଷ କାର୍ଯ୍ୟକ୍ରମ ସନ୍ଧ୍ୟା ୫.୩୦ ରେ ଆରମ୍ଭ ହେବ ବୋଲି ଜଣେ ଆୟୋଜକ ଓଡିଶା ଡଟ୍ କମ୍ କୁ ଜଣାଇଛନ୍ତି ।

ମଧୁଲିତାଙ୍କ ବ୍ୟତୀତ ଯେଉଁ ଅନ୍ୟ ନୃତ୍ୟ ଶିଳ୍ପୀ ଓଡିଶୀ ନୃତ୍ୟ ପରିବେଷଣ କରିବେ ସେମାନେ ହେଲେ ଶର୍ମିଳା ମୁଖାର୍ଜୀ, ଓ ମେଘନା ଦାସ ।

ଓଡିଶା ଡଟ କମ

Exit mobile version