Site icon Odisha.com

ଓଡିଶାରେ ବିକାଶ ନାଁରେ ବିନାଶ ର ତାଣ୍ଡବ ଚାଲିଛି : ବିଜେପି

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୧୦ (ଓଡିଶା ଡଟ କମ ) ରବିବାର ଭୁବନେଶ୍ଵର ଠାରେ ସମାପ୍ତ ହୋଇଥିବା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟ କାରିଣୀରେ ପାର୍ଟିର ସଦସ୍ୟମାନେ ସମର୍ଥନ କରିଥିବା ରାଜନୈତିକ ଚିଠା ପ୍ରସ୍ତାବରେ ଓଡିଶାରେ ଶାସକ ବିଜେଡି ବିକାଶ ନାଁରେ ବିନାଶ ର ତାଣ୍ଡବ ଲୀଳା ଚଳାଇଛି ବୋଲି ଅଭିଯୋଗ କରାଯାଇଛି ।

ଏହି ଚିଠା ପ୍ରସ୍ତାବରେ କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାର ହାତକୁ ନେଇଥିବା କାର୍ଯ୍ୟକ୍ରମ ଗୁଡିକୁ ପ୍ରଶଂସା କରାଯାଇଥିବା ବେଳେ, ରାଜ୍ୟର ନବୀନ ପଟ୍ଟନାୟକଙ୍କ ସରକାରକୁ ତୀବ୍ର ସମାଲୋଚନା କରାଯାଇଛି ।

କାର୍ଯ୍ୟ କାରିଣୀର ପ୍ରଥମ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ତିମ ଦିନରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା ଭାଗ ନେଇ ନିଜ ବକ୍ତବ୍ୟ ରଖିଥିଲେ ।

ଓଡିଶା ଡଟ କମ

Exit mobile version