• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶ୍ରୀ ଜଗନ୍ନାଥଙ୍କ ଦାରୁବୃକ୍ଷରୁ ତିନି ପେଚା ଉଦ୍ଧାର

May 10, 2015 by News Bureau Leave a Comment

ଜଗତସିଂହପୁର: ଅମରନାଥ ପରିଡା

ଜଗତସିଂହପୁର, ମଇ ୧୦ (ଓଡିଶା ଡଟ କମ) ଶନିବାର ଜଙ୍ଗଲ ଓ ପଶୁ ସମ୍ପଦ ବିଭାଗ କର୍ମଚାରୀମାନେ ଜଗତସିଂହପୁର ଜିଲ୍ଲାର ଖରିପଡିଆ ଗାଁରେ ଶ୍ରୀ ଜଗନ୍ନାଥଙ୍କ ଦାରୁ ବୃକ୍ଷ ଭୂପତିତ ହେବାପରେ ବୃକ୍ଷରେ ରହିଥିବା ତିନୋଟି ଧଳା ପେଚାଙ୍କୁ ଉଦ୍ଧାର କରି ତାକୁ ନେଇ ଉଠିଥିବା ବିବାଦର ପରିସମାପ୍ତି କରିଛନ୍ତି ।

DSCN3565କଟକ ଡିଭିଜନାଲ ଫରେଷ୍ଟ ଅଫିସର ସୁଦର୍ଶନ ବେହେରାଙ୍କ ନେତୃତ୍ଵରେ ଷାଠିଏ ଜଣ ବନ ଓ ପଶୁସମ୍ପଦ ବିଭାଗ କର୍ମଚାରୀମାନେ ବୃକ୍ଷର ଡାଳପତ୍ର ଭିତରୁ ଦୁଇଟି ଶାବକ ସମେତ ତିନୋଟି ପେଚାଙ୍କୁ ଉଦ୍ଧାର କରି ଭୁବନେଶ୍ଵରରେ ଥିବା ନନ୍ଦନକାନନକୁ ପଠାଇଛନ୍ତି ।

ଓଡିଶା ବନ୍ୟଜନ୍ତୁ ସମାଜର ସମ୍ପାଦକ ବିଶ୍ଵଜିତ ମହାନ୍ତି ମଇ ଚାରି ତାରିଖ ଦିନ ସରକାରଙ୍କୁ ବୃକ୍ଷ ଛେଦନ ପୂର୍ବରୁ ଏହି ପେଚା ପରିବାରକୁ ଉଦ୍ଧାର କରିବା ପାଇଁ ଏକ ଚିଠି ଲେଖିବା ପରେ ରାଜ୍ୟ ବନ୍ୟ ପ୍ରାଣୀ ବିଭାଗ ଜଗତସିଂହପୁର ଜିଲ୍ଲାପାଳଙ୍କୁ ତାଙ୍କର ଉଦ୍ଧାର ପାଇଁ ଦିନ ଓ ସମୟ ନିର୍ଘଣ୍ଟ କରିବାପାଇଁ ଲେଖିଥିଲେ ।

ବୃକ୍ଷକୁ ନ ଚଢି ପେଚା ମାନଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଥିବାରୁ ବନ୍ୟ ପ୍ରାଣୀ ବିଭାଗର ଏକ ଚାରି ଜଣିଆ ପ୍ରତିନିଧି ଦଳ ଯାନ୍ତ୍ରିକ ସିଡି, ପେଚାଙ୍କୁ ରଖିବା ପାଇଁ ଏକ ଯନ୍ତା ଓ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଧରି ଦାରୁ ବୃକ୍ଷ ଥିବା ଅଞ୍ଚଳରେ ପହଞ୍ଚି ଥିଲେ ।

ତେବେ ଦଇତାପତି ମାନେ ପେଚାଙ୍କୁ ଆଧ୍ୟାତ୍ମିକ ପ୍ରସଙ୍ଗ ସହ ଯୋଡି ତାଙ୍କୁ ଧରିବା ଠିକ ନୁହେଁ ବୋଲି କହିବାରୁ ଏକ ଅଡୁଆ ପରିସ୍ଥିତି ଜନ୍ମ ନେଇଥିଲା ଓ ଏହି ଅଭିଯାନ ବନ୍ଦ ରହିଥିଲା ।

ଶନିବାର ଛେଦନ ପରେ ଦାରୁ ବୃକ୍ଷ ଭୂପତିତ ହୋଇଥିଲା ଓ ଏହାପରେ ଜଙ୍ଗଲ ଓ ପଶୁ ସମ୍ପଦ ବିଭାଗ କର୍ମଚାରୀମାନେ ଏହି ପେଚା ମାନଙ୍କୁ ଦାରୁ ବୃକ୍ଷରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ପେଚା ମାନଙ୍କୁ ଏକ ପଞ୍ଜୁରି ଭିତରେ ରଖି ଭୁବନେଶ୍ଵରରେ ଥିବା ନନ୍ଦନକାନନ ବନ୍ୟପ୍ରାଣୀ ଉଦ୍ୟାନ କୁ ପଠାଇ ଦିଆଯାଇଥିବା ଜଣେ ବରିଷ୍ଠ ବନ ବିଭାଗ ଅଧିକାରୀ ଓଡିଶା ଡଟ କମ କୁ କହିଛନ୍ତି।

ଓଡିଶା ଡଟ କମ

News Bureau
News Bureau

Filed Under: ଧର୍ମ Tagged With: ଦାରୁ ବୃକ୍ଷ, ଧଳା ପେଚା, ଶ୍ରୀ ଜଗନ୍ନାଥ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version