Site icon Odisha.com

ଦାରୁ ଛେଦନପରେ ଖରିଆପଡା ଗାଁ ବାସୀ ଅସହାୟ

ଓଡିଶା ଡଟ କମ: ଅମରନାଥ ପରିଡା

ଜଗତସିଂହପୁର, ମଇ ୧୧(ଓଡିଶା ଡଟ୍ କମ୍) ଜଗତସିଂହପୁର ଜିଲ୍ଲାର ଖରିପଡିଆ ଗାଁରେ ଶ୍ରୀ ଜଗନ୍ନାଥଙ୍କ ଦାରୁ ବୃକ୍ଷ ଛେଦନ ପରେ ସେଠାରେ ଥିବା ୩୫ଟି ଦଳିତ ପରିବାରଙ୍କ ପାଇଁ ଏବେ ଶୋକର ବାତାବରଣ ସ୍ତୃଷ୍ଟି ହୋଇଥିବା ବେଳେ ସେମାନେ ଅସହାୟ ଅନୁଭବ କରୁଥିବା କହିଛନ୍ତି ।

ଅରକ୍ଷିତ ମଲ୍ଲିକ ନାମକ ଗ୍ରାମର ଜଣେ ଦଳିତ ଭକ୍ତଙ୍କ କହିବା ଅନୁଯାୟୀ ୧୯୬୬ ରେ ବନଯାଗ ଯାତ୍ରୀ ଦଳ ଏହି ବୃକ୍ଷକୁ ଶ୍ରୀ ଜଗନ୍ନାଥଙ୍କର ଦାରୁ ବୋଲି ଚିହ୍ନଟ କରି ପରେ ଖାରଜ କରିଥିଲେ । ସେବେଠାରୁ ସେ ଓ ତାଙ୍କ ସ୍ତ୍ରୀ ଗାଁର ଅନ୍ୟ ଦଳିତ ପରିବାରଙ୍କ ସହାୟତାରେ ଏହି ବୃକ୍ଷକୁ ପୂଜା କରି ଆସୁଛନ୍ତି ।

ଏହି ଦାରୁବୃକ୍ଷ ସହ ତାଙ୍କର ଓ ଗାଁ ଲୋକଙ୍କର ବିଶ୍ଵାସ ଯୋଡି ହୋଇ ରହିଛି । ଅରକ୍ଷିତ ଆହୁରି ବି କହିଥିଲେ ଯେ ଦାରୁ ଥିବା ସ୍ଥାନଟି ହେଉଛି ତାଙ୍କ ବାପାଙ୍କର । ତାଙ୍କ ବାପା ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ମଲିକ ଏହାକୁ ଗାଁ ଲୋକଙ୍କ ପୂଜା ନିମନ୍ତେ ଦାନ କରିଦେଇଥିଲେ। ଅରକ୍ଷିତ କହିଛନ୍ତି ପ୍ରଶାସନ ତାଙ୍କ ପୁଅକୁ ହୋମଗାର୍ଡ ଚାକିରି ଦେବାସହ ତାଙ୍କୁ ଇନ୍ଦିରା ଆୱାସ ଯୋଜନାର ଅନ୍ତ୍ରଭୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଉ ।

ଦାରୁ ଛେଦନ ବେଳେ କିଛି ସମୟ ପାଇଁ ବେହୋସ ହୋଇଯାଇଥିବା ଅରକ୍ଷିତଙ୍କ ସ୍ତ୍ରୀଙ୍କ କହିଥିଲେ ଯେ ଏହି ଦାରୁ ଆମପାଇଁ ସାକ୍ଷାତ ଶ୍ରୀ ଜଗନ୍ନାଥ ଥିଲେ ।

ଗାଁର ସବୁ ସୁବିଧା ଅସୁବିଧା ଆମେ ତାଙ୍କୁ ଜଣାଉ ଥିଲୁ । ଏବେ ଦାରୁ ଛେଦନ ପରେ ଆମେ ସେଥିରୁ ବଞ୍ଚିତ ହେବୁ । ଗାଁ ଲୋକଙ୍କ କହିବ ଅନୁଯାୟୀ ସେମାନେ ଏହି ବୃକ୍ଷ ତଳେ ବସି ନିଜର ଓ ଗାଁର ସବୁ ସୁବିଧା ଅସୁବିଧା ଆଲୋଚନା କରନ୍ତି । କେତେ ପୂଜା ପର୍ବାଣି ମଧ୍ୟ ଆୟୋଜନ କରନ୍ତି । ହେଲେ ଦାରୁ ଛେଦନ ପରେ ନା ଏଠି କିଛି ପୂଜା ପର୍ବାଣି ହେଇପାରିବ ନା ଆମେ ଆମ ପ୍ରଭୁଙ୍କୁ ପାଖରେ ପାଇପାରିବୁ, ସେମାନେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version