Site icon Odisha.com

ଶ୍ରୀମନ୍ଦିର ପ୍ରଶାସନ ଆୟବ୍ୟୟର ସ୍ଵତନ୍ତ୍ର ଅଡିଟ କରିବେ ଏଜି

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର,  ମଇ ୧୧ (ଓଡିଶା ଡ଼ଟ୍ କମ୍), ପୁରୀ ଶ୍ରୀମନ୍ଦିର ପ୍ରଶାସନର ଆୟବ୍ୟୟର ଏକ ସ୍ଵତନ୍ତ୍ର ଅଡିଟ କରିବାପାଇଁ ରାଜ୍ୟ ସରକାରଙ୍କୁ ମହାଲେଖାକାର (ସିଏଜି) ଚିଠି ଲେଖି ଜଣାଇଛନ୍ତି ।

୨୦୦୯ରୁ ୨୦୧୫ ମସିହା ମଧ୍ୟରେ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ପ୍ରାୟ ୪୭.୦୪ କୋଟି ଟଙ୍କା ଅନୁଦାନ ଦେଇଛନ୍ତି ।ଏହା ବ୍ୟତୀତ ଚଳିତ ବର୍ଷ ହେବାକୁ ଯାଉଥିବା ନବ କଳେବରର ଆୟୋଜନ ପାଇଁ ସରକାର ଅତିରିକ୍ତ ତିରିଶ କୋଟି ଟଙ୍କା ଅନୁଦାନ ଦେଇ ସାରିଛନ୍ତି ।

ଯଦିଓ ପ୍ରତିବର୍ଷ ମନ୍ଦିର ପ୍ରଶାସନର ଆୟବ୍ୟୟ ଅଡିଟ ହେଉଛି, ଚଳିତ ବର୍ଷ ଏହାର ସ୍ଵତନ୍ତ୍ର ଅଡିଟ କରିବାପାଇଁ ସିଏଜି ପ୍ରସ୍ତାବ କହିଛି । ମନ୍ଦିର ପ୍ରଶାସନ ଏହି ଅଡିଟ ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ ନବ କଳେବର ପାଇଁ ପ୍ରଶାସନ ବ୍ୟସ୍ତ ଥିବାରୁ ଜୁଲାଇ ମାସ ପରେ ଏହା କରିବା ପାଇଁ ସିଏଜିଙ୍କୁ ଜଣାଇ ଦିଆଯାଇଥିବା ମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଓଡିଶା ଡଟ କମ

Exit mobile version