Site icon Odisha.com

ଫେସବୁକରେ ଆପତ୍ତିଜନକ ଫଟୋ ପ୍ରକାଶ କରି ଯୁବକ ଗିରଫ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୬ (ଓଡିଶା ଡଟ କମ) ଫେସବୁକରେ ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ପ୍ରକାଶକରିବା ଅଭିଯୋଗରେ କ୍ରାଇମ ବ୍ରାଞ୍ଚର ସାଇବର କ୍ରାଇମ ପୁଲିସ ପୁରୀରୁ ଜଣକୁ ଶନିବାର ଗିରଫ କରିଛି ।

ରଥ ଲେନ, ମାର୍କଣ୍ଡେଶ୍ଵର ସାହିର ୨୨ ବର୍ଷ ବୟସ୍କ ବିକାଶ ଶତାବ୍ଦୀ ବିଜେବି କଲେଜରେ ପଢିଥିବା ତାଙ୍କର ଜଣେ ପୂର୍ବତନ ସହପାଠୀ ଛାତ୍ରୀଙ୍କ ବ୍ୟକ୍ତିଗତ ଫଟୋକୁ ବିକୃତ ଓ ଅଶ୍ଳୀଳ କରି ଫେସବୁକରେ ଏକ ଏକାଉଣ୍ଟ ଖୋଲି ନିଜ ମୋବାଇଲ ଜରିଆରେ ପ୍ରକାଶିତ କରିଥିଲେ ।

ଏ ସଂକ୍ରାନ୍ତରେ ପ୍ରଭାବିତ ଯୁବତୀ ଅଭିଯୋଗ ପତ୍ର ଦାଖଲ କରିବା ପରେ ସାଇବର କ୍ରାଇମ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଫେସବୁକ ଓ ଗୁଗୁଲ କର୍ତ୍ତ୍ଵପକ୍ଷଙ୍କ ସହାୟତାରେ ଅଭିଯୁକ୍ତକୁ ଠାବ କରିବା ସହ ତାକୁ ଗିରଫ କରିଛି । ସେ ବ୍ୟବହାର କରିଥିବା ମୋବାଇଲକୁ ମଧ୍ୟ ପୁଲିସ ଜବତ କରିଛି ।

ଓଡିଶା ଡଟ କମ

Exit mobile version