Site icon Odisha.com

ଚିଟଫଣ୍ଡ ଠକେଇରେ ଭିଷ୍ଟା କମ୍ପାନୀ ମୁଖ୍ୟ ଗିରଫ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୭ (ଓଡିଶା ଡଟ କମ) କ୍ଷୁଦ୍ର ନିବେଶକ ମାନଙ୍କ ଠାରୁ ପ୍ରଲୋଭନ ଦେଖାଇ ପ୍ରାୟ ପଚାଶ କୋଟି ଟଙ୍କାର ଚିଟଫଣ୍ଡ ଠକେଇ କରିଥିବା ଅଭିଯୋଗରେ ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ରବିବାର ଭିଷ୍ଟା ମ୍ୟାନେଜମେଣ୍ଟ ସର୍ଭିସେସ ଲିମିଟେଡର ଅଧ୍ୟକ୍ଷ ଦେବ କୁମାର ପଣ୍ଡାକୁ ଗିରଫ କରିଛି ।

ପଣ୍ଡା କଳାହାଣ୍ଡି ଜିଲ୍ଲାର ବାସିନ୍ଦା । ୨୦୦୮ ମସିହାରେ କଟକରେ ତାଙ୍କ ସଂସ୍ଥାର ମୁଖ୍ୟ ଅଫିସ ଖୋଲି ବହୁ ବର୍ଷ ଧରି ସେ ନିଜ ବେଆଇନ କାରବାର ଚଲାଇଆସୁଥିଲା ବୋଲି ପୁଲିସ କହିଛି  । ଖୁବ କମ ସମୟରେ ଅଧିକ ଫାଇଦାର ପ୍ରଲୋଭନ ଦେଖାଇ ତାଙ୍କ ସଂସ୍ଥା ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରୁଥିଲା ।

କିଛି ନିବେଶକ ଗତ ବର୍ଷ ପଶ୍ଚିମ ଓଡିଶାରେ ପୁଲିସ ପାଖରେ ତାଙ୍କ ସଂସ୍ଥା ବିରୁଦ୍ଧରେ କିଛି ମାମଲା ରୁଜୁ କରିଥିଲେ । ଏହା ପରେ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତ ଭାର ହାତକୁ ନେଇଥିଲା ।

ଭୁବନେଶ୍ଵରରୁ ବିଶାଖାପାଟନାମ ଯିବାପାଇଁ ଭୁବନେଶ୍ଵର ରେଳ ଷ୍ଟେସନରେ ଏକ ଟ୍ରେନ କୁ ଅପେକ୍ଷା କରିଥିବା ସମୟରେ ତାଙ୍କୁ ପୁଲିସ କାବୁ କରିନେଇଥିଲା ।

ଓଡିଶା ଡଟ କମ

Exit mobile version