Site icon Odisha.com

ବ୍ରହ୍ମପୁରରେ ଚାଲିଛି ସେବିକା ସମିତିର ଶିକ୍ଷା ବର୍ଗ

ଓଡିଶା ଡଟ କମ ସଂବାଦ ଦାତା

ବ୍ରହ୍ମପୁର, ମଇ ୧୭ (ଓଡିଶା ଡଟ କମ) ରାଷ୍ଟ୍ର ସେବିକା ସମିତି, ଓଡିଶା ଶାଖାର ମଇ ନଅରେ ବ୍ରହ୍ମପୁରର ଗଜପତି ନଗର ସରସ୍ୱତୀ ଶିଶୁ ମନ୍ଦିରରେ ଆରମ୍ଭ ହୋଇଥିବା ପ୍ରଦେଶ ଶିକ୍ଷା ବର୍ଗ ଓ ପ୍ରବେଶ ପ୍ରବୋଧ ବର୍ଗ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

 ସମିତିର ଅଖିଳ ଭାରତୀୟ ସହ ପ୍ରମୁଖ କାର୍ଯ୍ୟବାହିକା ସୁଶ୍ରୀ ରେଖା ଏହି ବର୍ଗରେ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିବେ । ସେ ପାଞ୍ଚ ଦିନିଆ ଓଡିଶା ଗସ୍ତରେ ଆସି ୨୦ ତାରିଖ ଦିନ ଭୁବନେଶ୍ୱରରେ ପହଁଚିବେ ।

ଏହି ବର୍ଗରେ ସମୁଦାୟ ୭୭ ଜଣ ଶିକ୍ଷାର୍ଥୀନୀ ଯୋଗଦେଇଛନ୍ତି । ଏମାନଙ୍କ ମଧ୍ୟରେ ସ୍ନାତକ, ସ୍ନାତକୋତର ଓ ଏମ୍ ବିଏ ଛାତ୍ରୀ,ଗୃହିଣୀ,ଶିକ୍ଷୟତ୍ରୀ ପ୍ରଭୃତି ସମାଜର ପ୍ରତ୍ୟେକ ବର୍ଗର ମହିଳା ନିଜେ ବର୍ଗର ଦେୟ ବହନ କରି ଶିକ୍ଷା ଗ୍ରହଣ କରୁଛନ୍ତି ।

ଏହି ଶିକ୍ଷା ଶିବିରରେ ଯୋଗାସନ, ଦଣ୍ଡ,ନିୟୁଦ୍ଧ,ବ୍ୟାୟାମ ଯୋଗ,ଖେଳ ପ୍ରଭୃତିର କାର୍ଯ୍ୟକ୍ରମ ଚାଲୁଛି । ଶିକ୍ଷାଥିନୀମାନଙ୍କ ବ୍ୟତୀତ ବ୍ୟବସ୍ଥା ପକ୍ଷ ବୁଝିବା ପାଇଁ ୧୬ ଜଣ ପ୍ରବନ୍ଧିକା ଓ ୫ ଜଣ ଶିକ୍ଷିକା ମଧ୍ୟ କାର୍ଯ୍ୟରତ ଅଛନ୍ତି ।

ପ୍ରାନ୍ତ ପ୍ରଚାରିକା ସୁଶ୍ରୀ ଲତିକା ପାଢି,ପ୍ରମୁଖ ସଂଚାଳିକା ସୁଶ୍ରୀ ପି.ଶାନ୍ତାକୁମାରୀ, ସର୍ବାଧିକାରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ପ୍ରାନ୍ତ କାର୍ଯ୍ୟବାହୀକା ଶ୍ରୀମତୀ କବିତା ରଥ ଓ ସେବିକା ସମିତିର ଅଖିଳ ଭାରତୀୟ ସଂପର୍କ ପ୍ରମୁଖ ସୁଶ୍ରୀ ସୁନୀତା ହାଲଦିକର ପ୍ରଭୃତି ବିଶିଷ୍ଟ ମହିଳା ଅଧିକାରୀମାନେ ଏହି ଶିବିର ପରିଚାଳନା ଦାୟିତ୍ୱରେ ଅଛନ୍ତି ।

ଓଡିଶା ଡଟ କମ

Exit mobile version