Site icon Odisha.com

ଚିଟ ଫଣ୍ଡ ମାମଲାରେ ସାଫେକ୍ସର ସମ୍ପତ୍ତି ନିଲାମ ପାଇଁ ନିର୍ଦ୍ଦେଶ

ଓଡିଶା ଡଟ କମ ସଂବାଦ ଦାତା

କଟକ, ମଇ ୧୮ (ଓଡିଶା ଡଟ କମ) ବହୁଚର୍ଚିତ ଚିଟ ଫଣ୍ଡ ଠକେଇ ମାମଲାରେ କଟକର ଏକ ସ୍ଵତନ୍ତ୍ର ଅଦାଲତ ସାଫେକ୍ସ ଇନଫ୍ରା ଇଣ୍ଡିଆ ଲିମିଟେଡ କମ୍ପାନୀର ଜବତ ସମ୍ପତ୍ତିକୁ ନିଲାମ କରି ନିବେଶକାରୀଙ୍କୁ ଫେରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣେ ଓକିଲ ସୋମବାର
କହିଛନ୍ତି ।

ବାରମ୍ବାର ତାଗିଦ ସତ୍ଵେ ଅଦାଲତରେ କମ୍ପାନୀ ତରଫରୁ କେହି ହାଜର ନ ହେବାରୁ କୋର୍ଟ ଏକ ପାଖିଆ ମାମଲାର ବିଚାର କରି ଏହି ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି ।

ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ ଏହି କମ୍ପାନୀ ବ୍ୟାପକ ଅର୍ଥ ସଂଗ୍ରହ କରି ଫେରାଇ ନ ଥିବା ଅଭିଯୋଗ ପରେ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ କରିଥିଲେ ।

ଏହି ଶାଖାର ଅଫିସର ମାନେ ପ୍ରାୟ ପଚାଶ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ବ୍ୟାଙ୍କରେ ସଞ୍ଚିତ ଧନ ରାଶି, କମ୍ପାନୀର ବିଭିନ୍ନ ଜିଲ୍ଲାରେ ଥିବା ଜମି ଇତ୍ୟାଦି ଦୁଇବର୍ଷ ତଳେ ଜବତ କରିଥିଲେ ।
ଓଡିଶା ଡଟ କମ

Exit mobile version