Site icon Odisha.com

ବସ, ଟ୍ରକ ମାଲିକଙ୍କ ଅନିର୍ଦ୍ଦିଷ୍ଟ ଧର୍ମଘଟ ଡାକରା

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨୧ (ଓଡିଶା ଡଟ କମ ) ବିଭିନ୍ନ ଦାବି ନେଇ ରାଜ୍ୟର ଘରୋଇ ବସ ମାଲିକ ସଂଘ ଜୁନ ପାଞ୍ଚ ତାରିଖରୁ ଓ ରାଜ୍ୟ ଟ୍ରକ ମାଲିକ ସଂଘ ସେହିମାସ ନଅ ତାରିଖରୁ ଅନିର୍ଦ୍ଦିଷ୍ଟ କଳା ପାଇଁ ଧର୍ମଘଟ ଡାକରା ଦେଇଛନ୍ତି ।

ଏହା ଫଳରେ ରାଜ୍ୟରେ ଯାତ୍ରୀ ଓ ମାଲ ପରିବହନ ସେବା ଗୁରୁତର ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ଦୁର୍ଘଟଣା ସଂପର୍କିତ ଜାରି ଏକ ନିର୍ଦେଶନାମାକୁ  ବିରୋଧ କରି ତଥା ଭଡା ବୃଦ୍ଧି ଉପରେ ସରକାରଙ୍କ  ସ୍ପଷ୍ଟ ନୀତି ପ୍ରଣୟନ ଦାବିରେ ଉଭୟ ସଂଘ ମୁଖ୍ୟତଃ  ଏହି ଧର୍ମଘଟର ଡାକରା ଦେଇଛନ୍ତି।

ବସ କିମ୍ବା ଟ୍ରକ ଦୁର୍ଘଟଣାଗ୍ରସ୍ତ ହେଲେ ସମ୍ପୃକ୍ତ ବସ କିମ୍ବା ଟ୍ରକର ଡ୍ରାଇଭରଙ୍କ ଲାଇସେନସ ରଦ୍ଦ ତଥା ଗାଡିର ଫିଟନେସ ଓ ପରମିଟକୁ ବାତିଲ କରାଯିବା
ନେଇ ଏକ ନିର୍ଦ୍ଦେଶନାମ ନିକଟରେ ରାଜ୍ୟ ପରିବହନ କମିଶନର ଜାରି କରିଛନ୍ତି ଯାହାକୁ ଉଭୟ ସଂଘ ବିରୋଧ କରିଛି ।

ବିଭିନ୍ନ ସମୟରେ ଡିଜେଲ ଓ ପେଟ୍ରୋଲ ଦରରେ ପରିବର୍ତ୍ତନ ହେଉଥିବାରୁ ସେହି ଅନୁପାତରେ ବସ ଓ ଟ୍ରକ ଭଡା ମଧ୍ୟ ବୃଦ୍ଧିକରିବା ପାଇଁ ଏକ ବ୍ୟବସ୍ଥା ଲାଗୁ କରିବା ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି ।

୧୬ ହଜାର ବସ ଓ ଏକ ଲକ୍ଷ ୩୦ ହଜାର ଟ୍ରକ ଏହି ଧର୍ମଘଟରେ ସାମିଲ ହେବେ ବୋଲି ସଂଘ ମାନଙ୍କ ତରଫରୁ କୁହା ଯାଇଛି ।
ଓଡିଶା ଡଟ କମ

Exit mobile version