Site icon Odisha.com

ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ବୃଦ୍ଧି

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୨୨(ଓଡିଶା ଡଟ କମ), ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କ Pre-matric ଛାତ୍ରବୃତ୍ତିରେ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଉଭୟ ହଷ୍ଟେଲ ରହୁଥିବା ଛାତ୍ରଛାତ୍ରୀ ଓ ଦିବାଧ୍ୟାୟୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ଲାଗୁ ହେବ।

ହଷ୍ଟେଲ ମାନଙ୍କରେ ରହୁଥିବା ପ୍ରଥମ ରୁ ଦଶମ ଶ୍ରେଣୀର ଛାତ୍ରମାନଙ୍କ ଛାତ୍ରବୃତ୍ତି ମାସିକ ୭୫୦ ଟଙ୍କା କୁ ବୃଦ୍ଧି କରାଯାଇଥିବା ବେଳେ, ଛାତ୍ରୀମାନଙ୍କ ବୃତ୍ତିକୁ ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି ପଞ୍ଚମ ରୁ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଦିବାଧ୍ୟାୟୀ ଛାତ୍ରମାନଙ୍କ ବୃତ୍ତି ମାସିକ ୧୮୦ ଟଙ୍କାକୁ କରାଯାଇଥିବା ବେଳେ ଛାତ୍ରୀମାନଙ୍କ ବୃତ୍ତି ୨୪୦ ଟଙ୍କା କୁ ବୃଦ୍ଧି କରାଯାଇଛି।

ଅଷ୍ଟମ ଶ୍ରେଣୀରେ ପଢୁଥିବା ଦିବାଧ୍ୟାୟୀ ଛାତ୍ରମାନଙ୍କ ବୃତ୍ତିର ପରିମାଣ ୨୪୦ ଟଙ୍କା କୁ ଏବଂ ଛାତ୍ରୀମାନଙ୍କ ବୃତ୍ତିର ପରିମାଣ ୩୦୦ ଟଙ୍କା କୁ ବୃଦ୍ଧି କରାଯାଇଛି।

ଓଡିଶା ଡଟ କମ

Exit mobile version