Site icon Odisha.com

ଖଣି, ଚିଟ୍ ଫଣ୍ଡ ଠକେଇରେ ଦୁଇ କମ୍ପାନୀର ୪୬୩ ଟଙ୍କାର ସମ୍ପତ୍ତି ଜବତ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୨୨ (ଓଡିଶା ଡଟ କମ) ଚିଟ ଫଣ୍ଡ ଓ ବେଆଇନ ଖଣି କାରବାରରେ ଜଡିତ ଓଡିଶାର ଦୁଇଟି କମ୍ପାନୀର ୪୬୩ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଥିବା କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ ଶୁକ୍ରବାର କହିଛି ।

ଚିଟଫଣ୍ଡ କାରବାରରେ ଗିରଫ ହୋଇଥିବା ଅର୍ଥତତ୍ତ୍ଵର ମାଲିକ ପ୍ରଦୀପ ସେଠୀ, ଶ୍ରୀକୃଷ୍ଣ ପାଢୀ ଓ ସଂବିତ ଖୁଣ୍ଟିଆଙ୍କ ନାମରେ ୭୯ କୋଟି ଟଙ୍କାର ଜମି ଫ୍ଲାଟ ଥିବାସହ ୨.୩୭ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ୨.୭୫ କୋଟି ଟଙ୍କାର ସେୟାରକୁ ନିର୍ଦେଶାଳୟ ଜବତ କରିଛି ।

ସେହିପରି ଖଣି ଦୁର୍ନୀତିରେ ଅଭିଯୁକ୍ତ ଶିଳ୍ପପତି ଦୀପକ ଗୁପ୍ତାଙ୍କର ଦୁଇ କମ୍ପାନୀ ଦୀପକ ଷ୍ଟିଲ ଆଣ୍ଡ ପାୱାର ଏବଂ ସେହ୍ନ ପୁଷ୍ପ ମାର୍କେଟିଙ୍ଗ ପ୍ରାଇଭେଟ ଲିମିଟେଡର ୩୭୯ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରାଯାଇଥିବା ଏହି ସଂସ୍ଥା କହିଛି ।

ଜବତ ସମ୍ପତ୍ତି ମଧ୍ୟରେ ଉକ୍ତ କମ୍ପାନୀ ମାନଙ୍କର ଓଡିଶା, ଦିଲ୍ଲୀ ଓ ପଶ୍ଚିମବଙ୍ଗ ରେ ଥିବା ଜମି, ଘର, ଫ୍ଲାଟ ଅନ୍ତର୍ଭୁକ୍ତ ।

ଓଡିଶା ଡଟ କମ

Exit mobile version