Site icon Odisha.com

ସଫଳତା ପ୍ରଚାର ପାଇଁ ଦଶ ଦିନିଆ ଓଡିଶାଗସ୍ତରେ ଜୁଏଲ ଓରାମ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨୨ (ଓଡିଶା ଡଟ କମ) ଗତ ଏକ ବର୍ଷ ମଧ୍ୟରେ ଦେଶ ତଥା ଓଡିଶାରେ କେନ୍ଦ୍ରର ମୋଦି ସରକାର ନେଇଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପର ପ୍ରଚାର ପାଇଁ ଦଶଦିନିଆ ରାଜ୍ୟ ଗସ୍ତରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଶୁକ୍ରବାର ଭୁବନେଶ୍ଵରରେ ପହଞ୍ଚି ଅନୁଗୁଳ ଅଭିମୁଖେ ଯାତ୍ରା କରିଛନ୍ତି ।

ଅନୁଗୁଳରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଓରାମ

ତାଙ୍କର ଏହି ମାରାଥନ ଗସ୍ତ ସମୟରେ ଓରାମ ଅନୁଗୁଳ, ବାଲେଶ୍ଵର, ଭଦ୍ରକ, ଯାଜପୁର, ବାରିପଦା, ସୁନ୍ଦରଗଡ, କୁଚିଣ୍ଡା, ବରଗଡ, ବଲାଙ୍ଗିର, ଭବାନୀ ପାଟଣା, ଓ ରେଢାଖୋଲ ଆଦି ଅଞ୍ଚଳକୁ ଗସ୍ତ କରିବେ ।

ଭାରତୀୟ ଜନତା ପାର୍ଟି ଦ୍ଵାରା ମୋଦି ସରକାରଙ୍କ ଏକ ବର୍ଷର ଉପଲବ୍ଧି ଉପରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାନଙ୍କରେ ଯୋଗ ଦେବା ସହ ପାର୍ଟିର କାର୍ଯ୍ୟକର୍ତ୍ତା ଓ ଜଣ ସାଧାରଣଙ୍କ ସହ ସେ ବାର୍ତ୍ତାଳାପ କରିବେ ବୋଲି ଓଡିଶା ଡଟ କମକୁ କହିଛନ୍ତି ।

ଗତ ଏକ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟରେ ବହୁ ଜନକଲ୍ୟାଣ କାରୀ କାର୍ଯ୍ୟକ୍ରମ ମାନ ହାତକୁ ନେଇଥିବା ସହ ରାଜ୍ୟକୁ ବ୍ୟାପକ ପରିମାଣର ଆର୍ଥିକ ଅନୁଦାନ ପ୍ରଦାନ କରିଥିବା ସେ କହିଛନ୍ତି ।

ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଏକୁଟିଆ ବିଭିନ୍ନ ଯୋଜନାରେ ଗତ ଆର୍ଥିକ ବର୍ଷରେ ରାଜ୍ୟକୁ ୪୨୧ କୋଟି ଟଙ୍କାରୁ ଊର୍ଦ୍ଧ୍ଵ  ଅନୁଦାନ ଦେଇଥିବା ସେ କହିଛନ୍ତି।

ଓଡିଶା ଡଟ କମ

Exit mobile version