Site icon Odisha.com

ଚିଟ୍ ଫଣ୍ଡ ଠକେଇରେ ଆଉ ଛଅ ଜଣ ଗିରଫ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୨୩ (ଓଡିଶା ଡଟ କମ) ଚିଟଫଣ୍ଡ ଠକେଇରେ ସମ୍ପୃକ୍ତ ଥିବା ପଶ୍ଚିମବଙ୍ଗର ମାଗନସ ଇନଫ୍ରା ପ୍ରୋଜେକ୍ଟ ଲିମିଟେଡ କମ୍ପାନୀର ସିଏମଡ଼ିଙ୍କ ସହ ଏହାର ଛଅ ଜଣ ନିର୍ଦ୍ଦେଶକଙ୍କୁ ଭଦ୍ରକ ଟାଉନ ପୁଲିସ ଶୁକ୍ରବାର ଗିରଫ କରିଛି।

ଧାମରା, ଭଦ୍ରକ, ସୋର ଓ ବାଲେଶ୍ଵର ଠାରେ ଥିବା କମ୍ପାନୀର ମୁଲ୍ୟବାନ ସମ୍ପତ୍ତିକୁ ବିକ୍ରି କରିବା ପାଇଁ ସେମାନେ ସୋରର ଏକ ଲଜରେ ଏକାଠି ହୋଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ତାଙ୍କ ଉପରେ ଚଢାଉ କରିଥିଲା ।

ମିଳିଥିବା ସୁଚନାନୁସାରେ, ଏହି କମ୍ପାନୀ ୨୦୧୧ ମସିହାରେ ଭଦ୍ରକର କଲେଜରୋଡ ସ୍ଥିତ ଜଗନ୍ନାଥପୁର, ଧାମରା, ଆଗରପଡା, ବାଲେଶ୍ଵର, ସୋର ଠାରେ ନିଜର ଶାଖା କାର୍ଯ୍ୟ।ଳୟ ଖୋଲିଥିଲା । ଏହି ସଂସ୍ଥାରେ ଜିଲ୍ଲାର ଦେଢହଜାରରୁ ପ୍ରାୟ ଅଧିକ ଜମାକାରୀ ପ୍ରାୟ ୧୫ କୋଟିରୁ ଅଧିକ ଟଙ୍କା ଜମା ରଖିଥିଲେ । ୨୦୧୪ ମସିହାରେ ଏହି ସଂସ୍ଥା ହଠାତ ତା’ର ସମସ୍ତ ଶାଖା ବନ୍ଦ କରି କୁଆଡେ ଉଭାନ ହୋଇଯାଇଥିଲା ।

ଏହାପରେ ଏହି ସଂସ୍ଥାର ଜମାକାରୀମାନଙ୍କତରଫରୁ ଥାନାରେ ଅଭିଯୋଗ କରଯାଇଥିଲା । ଭଦ୍ରକ ଟାଉନ ଥାନା ସେମାନଙ୍କ ନାମରେ ଏତଲା ଦାୟର କରି ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ।

ଓଡିଶା ଡଟ କମ

Exit mobile version